ଭାରତ ଛାଡ଼ିବ ନାହିଁ ଉବର୍‌

Advertisment
ଭାରତ ଛାଡ଼ିବ ନାହିଁ ଉବର୍‌

Times of India

ନୂଆଦିଲ୍ଲୀ: ଦେଶର ବହୁ ପ୍ରମୁଖ ସହରମାନଙ୍କରେ ଟ୍ୟାକ୍ସି ବା କ୍ୟାବ୍‌ ସେବା ଯୋଗାଉଥିବା ଆମେରିକୀୟ କମ୍ପାନି ଉବର୍‌ ଭାରତୀୟ ବଜାର ଛାଡ଼ିବ ନାହିଁ ବୋଲି ଆଜି ସ୍ପଷ୍ଟ ଭାବେ ଘୋଷଣା କରିଛି। ଉବର୍‌ କମ୍ପାନିର ପ୍ରବକ୍ତା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଉବର୍‌ କମ୍ପାନି ଭାରତ ଛାଡ଼ି ପଳାଇ ଯିବ ବୋଲି ଗତ କିଛିଦିନ ଧରି ଯେଉଁ ପ୍ରଚାର ଚାଲିଛି, ସେଥିରେ କୌଣସି ପ୍ରକାରର ସତ୍ୟତା ନାହିଁ। ଏହା ସଂପୂର୍ଣ୍ଣ ଅମୂଳକ ଏବଂ ନିରାଧାର। ସେ କହିଛନ୍ତି ଯେ ଭାରତରେ ଆମର ଚାହିଦା ଏବେ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଭାରତୀୟ ଗ୍ରାହକ ଓ ଆମର ଭାରତୀୟ ଡ୍ରାଇଭରମାନଙ୍କ ପ୍ରତି ଆମେ ଶତ ପ୍ରତିଶତ ଉତ୍ସର୍ଗୀକୃତ। ତେଣୁ, ଏ ପରିସ୍ଥିତିରେ କମ୍ପାନି ଭାରତରେ ତା’ର ସେବା ବନ୍ଦ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଉବର କମ୍ପାନିର ପ୍ରବକ୍ତ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିକଟରେ କେତେକ ଗଣମାଧ୍ୟମରେ ଉବର କମ୍ପାନି ଭାରତରେ ଘୋର କ୍ଷତି ସହିବା ପରେ ଏବେ ତା’ର ସେବା ବନ୍ଦ କରି ଆମେରିକା ପଳାଇବ ଏବଂ କ୍ଷତିର ଭରଣା ପାଇଁ ଆମେରିକା, ୟୁରୋପ, ଲାଟିନ୍‌ ଆମେରିକା ଓ ଅଷ୍ଟ୍ରଲିଆରେ ନିଜ ବ୍ୟବସାୟ ବଢ଼ାଇବ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଆଜି ଉବର କମ୍ପାନିର ପ୍ରବକ୍ତା ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe