ୟୁକୋ ବ୍ୟାଙ୍କ ନିଟ୍ ଲାଭରେ ୫୮୨% ବୃଦ୍ଧି: କୋଭିଡ୍‌ ପ୍ରଭାବ ମୁକାବିଲା ଲାଗି ୨୫୦ କୋଟିର ବ୍ୟବସ୍ଥା

Advertisment
୮୨୦ କୋଟିର ବ୍ୟାଙ୍କ ଠକେଇ: ୬୭ ଠିକଣାରେ ସିବିଆଇ ଚଢ଼ଉ

Moneycontrol

ଭୁବନେଶ୍ବର: ୨୦୨୧ର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ନିଟ୍ ଲାଭ ୫୮୨ ପ୍ରତିଶତ ବୃଦ୍ଧି ପାଇ ୨୦୫.୩୯ କୋଟି ଟଙ୍କା ହୋଇଛି। ଆଜି ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅତୁଲ କୁମାର ଗୋଏଲ୍ ଏହି ଘୋଷଣା କରିଛନ୍ତି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ‘ପ୍ରମ୍ପ୍‌ଟ କରେକ୍ଟିଭ୍ ଆକ୍ସନ’ (ପିସିଏ) କଟକଣାରୁ ବାହାରିଥିବା ଏହି ବ୍ୟାଙ୍କ ଆଲୋଚ୍ୟ ତିନି ମାସରେ ଉଲ୍ଲେଖନୀୟ ବ୍ୟାବସାୟିକ ଫଳାଫଳ ହାସଲ କରିଛି।

ସେପ୍ଟେମ୍ବର ୩୦ ସୁଦ୍ଧା ୟୁକୋ ବ୍ୟାଙ୍କର ମୋଟ୍ ବ୍ୟବସାୟ ୭.୧୯% ବୃଦ୍ଧି ପାଇ ୩,୩୫,୨୩୭.୯୪ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ମୋଟ୍ ଜମା ୮.୦୯% ବୃଦ୍ଧି ପାଇ ୨,୧୩,୬୮୫.୯୨ କୋଟି ଟଙ୍କା ଓ ମୋଟ ଅଗ୍ରୀମ ୫.୬୫% ବୃଦ୍ଧି ପାଇ ୧,୨୧,୫୫୨ କୋଟି ଟଙ୍କା ହୋଇଛି। ମୋଟ ଜମାରେ କାସା ଜମାର ଭାଗ ୩୮.୯୫% ରହିଛି। ବ୍ୟାଙ୍କର ମୋଟ୍‌ ଏନ୍‌ପିଏ ୧୦,୯୦୯.୭୯ କୋଟି ଟଙ୍କାକୁ ହ୍ରାସ ପାଇଥିବା ବେଳେ ନିଟ୍ ଏନ୍‌ପିଏ ୩୮୫୪.୩୩ କୋଟି ଟଙ୍କା ରହିଛି। ବ୍ୟବସାୟର ପ୍ରାୟ ସବୁ ମାନଦଣ୍ଡରେ ୟୁକୋ ବ୍ୟାଙ୍କ ଉନ୍ନତି ହାସଲ କରିଛି। ନିରନ୍ତର ଅଭିବୃଦ୍ଧି ହାସଲ କରିବା ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଢ଼ ରଣନୀତି ପ୍ରସ୍ତୁତ କରିଥିବା ଶ୍ରୀ ଗୋଏଲ୍‌ କହିଛନ୍ତି। କୋଭିଡ୍ ଜନିତ ପ୍ରଭାବର ମୁକାବିଲା କରିବା ଲାଗି ବ୍ୟାଙ୍କ ଆଲୋଚ୍ୟ ତିନି ମାସରେ ୨୫୦ କୋଟି ଟଙ୍କାର ଅଲଗା ବ୍ୟବସ୍ଥା (ପ୍ରୋଭିଜନିଂ) କରିଛି। ଫଳରେ ମୋଟ୍ ପ୍ରୋଭିଜନିଂ ରାଶି ୭୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ସାରାରେ ବ୍ୟାଙ୍କର ଅଗ୍ରୀମରେ ୧୦% ବୃଦ୍ଧି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe