ୟୁକୋ ବ୍ୟାଙ୍କ ୧୫ ନୂଆ ଶାଖା ଖୋଲିବ

Advertisment
୮୨୦ କୋଟିର ବ୍ୟାଙ୍କ ଠକେଇ: ୬୭ ଠିକଣାରେ ସିବିଆଇ ଚଢ଼ଉ

Moneycontrol

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୫ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି। ଆଜି ବ୍ୟାଙ୍କର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁକୋ ବ୍ୟାଙ୍କର ଏମ୍‌ଡି ଓ ସିଇଓ ସୋମା ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି। ସେ କହିଲେ, ରାଜ୍ୟରେ ଆମର ୨୪୯ଟି ଶାଖା ରହିଛି। ନୂଆ ‌ଶାଖା ଖୋଲିବା ପରେ ଏହି ସଂଖ୍ୟା ୨୬୬କୁ ବୃଦ୍ଧି ପାଇବ। ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ପକ୍ଷରୁ ପୁରୀ ଓ ସାଲେପୁର ଠାରେ ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍ ଖୋଲାଯିବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରସାଦ କହିଛନ୍ତି ଯେ ବ୍ୟାଙ୍କ ପକ୍ଷରୁ ଖୁଚୁରା, କୃଷି ଓ ଏମ୍ଏସ୍‌ଏମ୍ଇ ଋଣ ଉପରେ ଅଧିକ ଗୁରୁତ୍ବ ଦିଆ‌ଯିବ। ଓଡ଼ିଶାରେ ବ୍ୟାଙ୍କର ମୋଟ କାରବାର ୩୧ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଜମା ପରିମାଣ ୧୯ ହଜାର କୋଟି ଟଙ୍କା ଓ ଅଗ୍ରୀମ ୧୨ ହଜାର କୋଟି ଟଙ୍କା ରହିଥିବା ସେ କହିଛନ୍ତି। ଏଟିଏମ୍‌ ସଂଖ୍ୟାରେ ‌ବୃଦ୍ଧି ହେଉନଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଡିଜିଟାଲ୍ ପେମେଣ୍ଟ୍ ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ ସେବା ଅତି ସହଜରେ ଲୋକମାନଙ୍କ ପାଖରେ ପହଞ୍ଚିଥିବାରୁ ନଗଦ ଟଙ୍କାର ଆବଶ୍ୟକତା ହ୍ରାସ ପାଇଛି। ଏମିତିରେ ଏଟିଏମ୍‌ ସ୍ଥାପନ କରି ତାହାକୁ ପରିଚାଳନା କରିବା ଏକ ବ୍ୟୟବହୁଳ ବ୍ୟାପାର। ସେଥିପାଇଁ ପୂର୍ବଭଳି ଅଧିକ ଏଟିଏମ୍ ଖୋଲାଯାଉନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ ବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe