Advertisment

ଯକୃତ ରୋଗ ପାଇଁ ଗୁଳୁଚୀ ବ୍ୟବହାରକୁ ବ୍ରିଟେନ୍‌ର ମାନ୍ୟତା

Advertisment
ଯକୃତ ରୋଗ ପାଇଁ ଗୁଳୁଚୀ ବ୍ୟବହାରକୁ ବ୍ରିଟେନ୍‌ର ମାନ୍ୟତା

ହରିଦ୍ବାର: ଯକୃତକୁ ସୁସ୍ଥ ରଖିବା ଲାଗି ଗୁଳୁଚୀର ପ୍ରଭାବଶାଳୀ କ୍ଷମତାକୁ ବ୍ରିଟେନ୍‌ ସ୍ବୀକାର କରିଛି। ରୟାଲ ଫାର୍ମାସ୍ୟୁଟିକାଲ୍‌ ସୋସାଇଟି ଅଫ୍ ଗ୍ରେଟ୍‌ ବ୍ରିଟେନ୍‌ର ପ୍ରସିଦ୍ଧ ରିସର୍ଚ୍ଚ ଜର୍ଣ୍ଣାଲ୍ ‘ଜର୍ଣ୍ଣାଲ୍ ଅଫ୍‌ ଫାର୍ମାସି ଆଣ୍ଡ୍‌ ଫାର୍ମାକୋଲୋଜି’ରେ ଏ ବିଷୟ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।
ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣନ କହିଛନ୍ତି ଯେ ଗବେଷଣା ସନ୍ଦର୍ଭରୁ ଜଣାପଡ଼ିଛି ଯେ ଯକୃତ ରୋଗ ଲାଗି ଗୁଳୁଚୀ ବିଭିନ୍ନ ଉପାୟରେ ଲାଭକାରୀ ସାବ୍ୟସ୍ତ ହୋଇଛି। ଏଥିରେ ଥିବା ଟି-କୋର୍ଡିଫୋଲିଆକ ଯକୃତକୁ ସୁସ୍ଥ ରଖିବ। ଏଥିସହିତ ଖାଦ୍ୟରେ ହେ‌ପଟୋପ୍ରୋଟେକ୍ଟିଭ୍ ପୂରକ ଭାବେ ଏହାକୁ ବ୍ୟବହାର କରାଯାଇପାରିବ।

ଏହି ଗବେଷଣା ସନ୍ଦର୍ଭରେ ଏହା ମଧ୍ୟ କୁହାଯାଇଛି ଯେ ଜଣ୍ଡିସ ଭଳି ରୋଗ‌ ପାଇଁ ପୂର୍ବରୁ ଏହାକୁ ବ୍ୟବହାର କରାଯାଉଥିଲା।
ଆଚାର୍ଯ୍ୟ କହିଛନ୍ତି ଯେ ଆୟୁର୍ବେଦକୁ ସର୍ବଦା ଗୌଣ କରିବା ଲାଗି ଉଦ୍ୟମ କରାଯାଉଥିବା ବେଳେ ପତଞ୍ଜଳି ସର୍ବଦା ଏହାକୁ ଗୌରବ ପ୍ରଦାନ କରୁଛି। କରୋନା ସମୟରେ ଗୁଳୁଚୀ ସେବନକୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ପତଞ୍ଜଳି ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ପ୍ରମାଣ ସହିତ ଗୁଳୁଚୀ ଉପରେ ଗବେଷଣା କରିଥିଲେ। କରୋନା ଉପଚାର ପାଇଁ ପ୍ରସ୍ତୁତ କରାଯାଇଥିବା କରୋନିଲ୍‌ର ଏକ ପ୍ରମୁଖ ଉପାଦାନ ଗୁଳୁଚୀ ଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe