Advertisment

ୟୁପିଆଇ ଭଳି ଋଣ ପାଇଁ ଆସିବ ‘ୟୁଏଲ୍‌ଆଇ’

Advertisment

ଡିଜିଟାଲ୍‌ ପେମେଣ୍ଟ୍‌ ‌କ୍ଷେତ୍ରରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଯେଉଁଭଳି ବିପ୍ଳବ ଆଣିଛି, ଖୁବ୍‌ଶୀଘ୍ର ଋଣ କ୍ଷେତ୍ରରେ ମଧ୍ୟ ସେଭଳି ବିପ୍ଳବ ହେବାକୁ ଯାଉଛି।

ଡିଜିଟାଲ୍‌ ପେମେଣ୍ଟ୍‌ ‌କ୍ଷେତ୍ରରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଯେଉଁଭଳି ବିପ୍ଳବ ଆଣିଛି, ଖୁବ୍‌ଶୀଘ୍ର ଋଣ କ୍ଷେତ୍ରରେ ମଧ୍ୟ ସେଭଳି ବିପ୍ଳବ ହେବାକୁ ଯାଉଛି।

shaktikanta1

ମୁମ୍ବାଇ: ଡିଜିଟାଲ୍‌ ପେମେଣ୍ଟ୍‌ ‌କ୍ଷେତ୍ରରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଯେଉଁଭଳି ବିପ୍ଳବ ଆଣିଛି, ଖୁବ୍‌ଶୀଘ୍ର ଋଣ କ୍ଷେତ୍ରରେ ମଧ୍ୟ ସେଭଳି ବିପ୍ଳବ ହେବାକୁ ଯାଉଛି। ୟୁପିଆଇ ଢାଞ୍ଚାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ୟୁନିଫାଏଡ୍‌ ଲୋନ୍ ଇଣ୍ଟରଫେସ୍’ (ୟୁଏଲ୍‌ଆଇ) ପ୍ରସ୍ତୁତ କରୁଛି। ଏକ କାର୍ଯ୍ୟକ୍ରମ‌କୁ ସମ୍ବୋଧିତ କରିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି।

ଶକ୍ତିକାନ୍ତ କହିଲେ, ୨୦୧୬ରେ ଆରମ୍ଭ କରାଯାଇଥିବା ‌ୟୁପିଆଇ ଦେଶରେ ଡିଜିଟାଲ୍ ‌ପେମେଣ୍ଟ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେହି ଅନୁସାରେ ଗତବର୍ଷ ରିଜର୍ଭ ବ୍ୟାଙ୍କ ଋଣ ପାଇଁ ଏକ ବ୍ୟବସ୍ଥା ବିକାଶ କରିବା ଲାଗି ପରୀକ୍ଷଣ ଆରମ୍ଭ କରିଥିଲା। ତାହା ଆଗାମୀ ଦିନରେ ଲୋକଙ୍କ ବ୍ୟବହାର ଲାଗି ଉପଲବ୍ଧ ହେବ। ‌ଏହି ବ୍ୟବସ୍ଥାରେ ଅଳ୍ପ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଋଣ ଅନୁଶୀଳନ ସମୟ ହ୍ରାସ ପାଇବ। ଗ୍ରାହକମାନଙ୍କ ଅନୁମତି ଆଧାରରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ। ତଥ୍ୟର ଗୋପନୀୟତାକୁ ସୁରକ୍ଷିତ ରଖାଯିବ। ଏକାଧିକ ପ୍ରଯୁକ୍ତିର ସମନ୍ବୟରେ ଯୋଗୁଁ ଜଟିଳ ବ୍ୟବସ୍ଥା ଦେଇ ଗତି କରିବାକୁ ପଡ଼ିବନି। ଜନଧନ, ଆଧାର ଓ ମୋବାଇଲ୍‌ (ଜେଏଏମ୍‌) ଏବଂ ୟୁପିଆଇ ଭଳି ୟୁଏଲ୍‌ଆଇ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। 

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ସହଜରେ ଓ ସୁବିଧାରେ ଋଣ ଉପଲବ୍ଧ କରିବା ଲାଗି ତଥ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ସେଥିପାଇଁ ବିଭିନ୍ନ ରାଜ୍ୟର ଜମି ରେକର୍ଡ, ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ପାଖରେ ଥିବା ଗ୍ରାହକ ତଥ୍ୟ ଆଦିକୁ ସମନ୍ବିତ କରାଯିବ। ଫଳରେ ଋଣ ଆବେଦନ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିଷୟରେ ସବୁ ଗୁରୁତ୍ବପୂର୍ଣ୍ଣ ସୂଚନା ସହଜରେ ମିଳିପାରିବ। ସେହି ସୂଚନା ଆଧାରରେ ଗ୍ରାହକଙ୍କ ଋଣ ନେବା କ୍ଷମତା ଆକଳନ କରି ତାଙ୍କ ଆବେଦନକୁ ବ୍ୟାଙ୍କ ମଞ୍ଜୁର କରିପାରିବେ। ବିଶେଷ କରି ଯେଉଁମାନେ ଋଣ ପାଇବାରେ ବର୍ତ୍ତମାନ ଅସୁବିଧା ସାମ୍ନା କରୁଛନ୍ତି, ସେମାନେ ୟୁଏଲ୍‌ଆଇ ଦ୍ବାରା ଉପକୃତ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe