ଜାତିସଂଘର ଆକଳନ: ଭାରତକୁ ଆସିବ ଅଧିକ ଏଫ୍‌ଡିଆଇ

Advertisment
ଜାତିସଂଘର ଆକଳନ: ଭାରତକୁ ଆସିବ ଅଧିକ ଏଫ୍‌ଡିଆଇ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ରାଷ୍ଟ୍ରର ସଂସ୍ଥାଗୁଡ଼ିକ ପୁଞ୍ଜିନିବେଶ ଲାଗି ଚୀନ୍ ଯିବାକୁ ଚାହୁନାହାନ୍ତି। ସେମାନେ ଭାରତକୁ ଏକ ବିକଳ୍ପ ନିବେଶ ସ୍ଥଳ ଭାବେ ବିବେଚନା କରୁଛନ୍ତି। ଏହାର ପ୍ରଭାବରେ ଭାରତକୁ ଅଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆସିବ ଓ ଚୀନ୍ ବହୁ ପରିମାଣର ଏଫ୍‌ଡିଆଇ ହରାଇବ ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗରେ ବିଶ୍ବ ଅର୍ଥନୈତିକ ନିରୀକ୍ଷଣ ଶାଖାର ମୁଖ୍ୟ ହମିଦ୍ ରସିଦ୍ କହିଛନ୍ତି।

ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଜାତିସଂଘର ବିଶ୍ବାସ ବୃଦ୍ଧି ପାଇଛି। ସେଥିପାଇଁ ଏହା ନିଜର ପୂର୍ବ ଆକଳନକୁ ବଦଳାଇବା ସହ କହିଛି ଯେ ଭାରତର ଅଭିବୃଦ୍ଧି ୬.୨ ପ୍ରତିଶତ ନୁହେଁ, ବରଂ ତା’ଠାରୁ ଅଧିକ ୬.୯ ପ୍ରତିଶତ ହେବ। ୨୦୨୫ରେ ଭାରତର ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି। ମୁଦ୍ରାସ୍ଫୀତିରେ ହୋଇଥିବା ହ୍ରାସ ଭାରତକୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରଖିଛି। ଅଭିବୃଦ୍ଧିକୁ ଆଗକୁ ନେବା ଲାଗି ଭାରତ‌ ପାଖରେ ଉଭୟ ଆର୍ଥିକ ଓ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିବା ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଆମଦାନି ଲାଗି ରୁଷ୍‌ ସହ ଭାରତ ଯେଉଁ ବ୍ୟବସ୍ଥା କରିଛି ତାହା ଦେଶର ଆମଦାନି ଖର୍ଚ୍ଚରେ ହ୍ରାସ ଆଣିବାରେ ସହାୟକ ହୋଇଛି। ଅଭିବୃଦ୍ଧି ଦୃଷ୍ଟିରୁ ଭାରତର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଥିବା ସେ କହିଛନ୍ତି। ତେବେ ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ୨୦୨୪ର ପ୍ରଥମ ତିନି ମାସରେ ଭାରତ ଓ ବାଲାଂଦେଶରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe