ଜାତିସଂଘ ରିପୋର୍ଟ: ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

Advertisment

୨୦୨୨ରେ ଅଭିବୃଦ୍ଧି ୬.୪% ରହିବ

୨୦୨୨ରେ ଅଭିବୃଦ୍ଧି ୬.୪% ରହିବ

କ୍ରିସିଲ୍‌ ଆକଳନ: ୨୦୩୧ରେ ଭାରତ ‘ଉଚ୍ଚ-ମଧ୍ୟମ ଆୟ’ ଦେଶ

Fibre2Fashion

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ୩.୧%କୁ ହ୍ରାସ ପାଇବାର ଆଶଙ୍କା ରହିଥିବା ବେଳେ ୬.୪% ଅଭିବୃଦ୍ଧି ସହ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘର ଏକ ସଂସ୍ଥା ଏହାର ରିପୋର୍ଟରେ ଜଣାଇଛି। ଜାତିସଂଘର ସଂସ୍ଥା ୟୁଏନ୍ ଡିପାର୍ଟମେଣ୍ଟ୍ ଅଫ୍‌ ଇକୋନମିକ୍ ଆଣ୍ଡ୍ ସୋସିଆଲ ଆଫେୟାର୍ସ ଏହାର ରିପୋର୍ଟରେ ଅବଗତ କରିଛି ଯେ ଭାରତର ଅଭିବୃଦ୍ଧି ଗତବର୍ଷର ୮.୮%ରୁ ହ୍ରାସ ପାଇ ୬.୪% ହେବ। ତଥାପି ଏହା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ମାନ୍ୟତା ବଜାୟ ରଖିବ। ୨୦୨୨ରେ ଭାରତ ତୁଳନାରେ ଆମେରିକା ଓ ଚୀନ୍‌ର ଅଭିବୃଦ୍ଧି କମ୍ ରହିବ। ଆମେରିକାର ଅଭିବୃଦ୍ଧି ୨.୬% ଓ ଚୀନ୍‌ର ୪.୫% ରହିବ ବୋଲି ଆକଳନ କରାଯାଇଛି। ୟୁ‌ରୋପୀୟ ସଂଘର ଅଭିବୃଦ୍ଧି ୨.୭% ରହିବ। ଭାରତରେ କିନ୍ତୁ ଉଚ୍ଚ ଦରଦାମ୍ ସ୍ଥିତି ଓ ଶ୍ରମ ବଜାରରେ ଉଚିତ ସୁଧାର ହେଉନଥିବାରୁ ଘରୋଇ ପୁଞ୍ଜିନିବେଶ ହ୍ରାସ ପାଇବ। ୨୦୨୩ରେ ଭାରତର ଅଭିବୃଦ୍ଧି ୬% ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ରିପୋର୍ଟର ପ୍ରମୁଖ ଲେଖକ ହମିଦ ରସିଦ କହିଛନ୍ତି ଯେ ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ବର ପ୍ରାୟ ସବୁ ପ୍ରାନ୍ତ ପ୍ରଭାବିତ ହୋଇଥିବା ବେଳେ ପୂର୍ବ ଏସିଆ ଓ ଦକ୍ଷିଣ ଏସିଆ ଉପରେ ପ୍ରଭାବ କମ୍ ରହିଛି। ସେହି ଦୃଷ୍ଟିରୁ ଲାଟିନ୍‌ ଆମେରିକୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି। ରିପୋର୍ଟରେ ଏହା ମଧ୍ୟ ଜଣାଇ ଦିଆଯାଇଛି ଯେ ବାଲାଂଦେଶ, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ସାର ଅଭାବ ଦେଖାଦେବ ଯାହା କୃଷି କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇବ। ତାହାର ପ୍ରଭାବରେ ଫସଲ ଅମଳ କମିବ ଓ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିବ। ଖାଦ୍ୟ ମହଙ୍ଗା ହେଲେ ଖାଦ୍ୟ ନିରାପତ୍ତା ପ୍ରଭାବିତ ହେବ।

ବିଶ୍ବ ଅର୍ଥନୀତି ବିଷୟରେ କୁହାଯାଇଛି ଯେ ୨୦୨୨ରେ ମୁଦ୍ରାସ୍ଫୀତି ୬.୭% ଭଳି ଉଚ୍ଚ ସ୍ତରରେ ରହିବ ଯାହା ୨୦୧୦-୨୦୨୦ ଦଶଦ୍ଧିର ହାରାହାରି ୨.୯% ହାର ତୁଳନାରେ ତିନି ଗୁଣା ଅଧିକ। ଖାଦ୍ୟ ଓ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ ଦରଦାମ୍ ସ୍ଥିତି ଉଚ୍ଚ ସ୍ତରରେ ରହିବ। ଯୁଦ୍ଧ ପ୍ରଭାବରେ ବିଶ୍ବର ପ୍ରମୁଖ ଅର୍ଥନୀତି ଯଥା ଆମେରିକା, ଚୀନ୍ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ। ଆଫ୍ରିକାରେ ଖାଦ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe