ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ନେଇ ଅନିଶ୍ଚିତତା

Advertisment
ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ନେଇ ଅନିଶ୍ଚିତତା

Times of India

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ପ୍ରଗତି ମଇଦାନରେ ଆୟୋଜନ ହେବାକୁ ଥିବା ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦କୁ ଏଥର ଗ୍ରହଣ ଲାଗିପାରେ। ଅର୍ଥାକ ଚଳିତ ବର୍ଷ ବାଣିଜ୍ୟ ମେଳା ଆୟୋଜନ କରାଯିବ କି ନାହିଁ ଏନେଇ ଏବେବି ଅନିଶ୍ଚିତତା ଜାରି ରହିଛି। ଆୟୋଜନକାରୀ ଆଇଟିପିଓ ପକ୍ଷରୁ ବାଣିଜ୍ୟ ମେଳା ଆୟୋଜନ କରିବା ନେଇ କୌଣସି ପ୍ରସ୍ତୁତି ଆରମ୍ଭ ହୋଇ ନଥିବାର ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ବାଣିଜ୍ୟ ମେଳା ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଥାଏ। ଜୁଲାଇ ମାସରୁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରଗତି ମଇଦାନରେ ଗତ ୪୦ ବର୍ଷରୁ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆୟୋଜନ ହୋଇଆସୁଛି। ଏହି ବାଣିଜ୍ୟ ମେଳାର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି। ଦେଶ ବିଦେଶର ବ୍ୟବସାୟୀମାନେ ମେଳାରେ ଷ୍ଟଲ ସ୍ଥାପନ କରିଥାନ୍ତି ତଥା ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥାଏ। ମେଳାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କର ରାଜ୍ୟ ପ୍ରଗତି ଓ ବ୍ୟବସାୟ ଆଧାରିତ ପାଭିଲିୟନ ନିର୍ମାଣ କରିଥାନ୍ତି। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷର ବାଣିଜ୍ୟ ମେଳାର ଆୟୋଜନର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ମେଳାର ଆୟୋଜନ ପାଇଁ ଇଣ୍ଡିଆନ୍ ଟ୍ରେଡ୍ ପ୍ରମୋଶନ ଅର୍ଗାନାଇଜେସନ (ଆଇଟିପିଓ) କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟକୁ ପତ୍ର ଲେଖିବା ବେଳେ ବର୍ତ୍ତମମାନ ସୁଦ୍ଧା ମନ୍ତ୍ରଣାଳୟ ନିକଟରୁ କୌଣସି ଉତ୍ତର ଆସିନଥିବାର ଆଇଟିପିଓ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe