Unconditional sympathy SLDC: କମ୍ପାନିକୁ ଅହେତୁକ ଅନୁକମ୍ପା: ୧୭୨୮ କୋଟି ଛାଡ଼, ଶୋଷଣ ଯନ୍ତାରେ ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା

ରାଜ୍ୟ ବିଦ୍ୟୁତ୍‌ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଶିଳ୍ପପତିମାନଙ୍କ ଦ୍ୱାରା ସ୍ଥାପିତ ୧୫ ହଜାର ମେଗାୱାଟ୍‌ କ୍ଷମତାର ନିଜସ୍ୱ ତଥା ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବିନା କରରେ ପ୍ରେରଣ କାର୍ଯ୍ୟ ନିୟନ୍ତ୍ରଣ କରୁଛି।

sldc

Photograph: (SLDC)

ଭୁବନେଶ୍ବର: ରାଜ୍ୟ ବିଦ୍ୟୁତ୍‌ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଶିଳ୍ପପତିମାନଙ୍କ ଦ୍ୱାରା ସ୍ଥାପିତ ୧୫ ହଜାର ମେଗାୱାଟ୍‌ କ୍ଷମତାର ନିଜସ୍ୱ ତଥା ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବିନା କରରେ ପ୍ରେରଣ କାର୍ଯ୍ୟ ନିୟନ୍ତ୍ରଣ କରୁଛି। ଫଳରେ ରାଜ୍ୟ ଗ୍ରିଡ୍‌ ବାର୍ଷିକ ୧୭୨୮ କୋଟି ଟଙ୍କା ରାଜସ୍ୱ ହରାଉଛି। ଅପରପକ୍ଷରେ ସମୁଦାୟ ଦେୟ ଓଡ଼ିଶାର ସାଧାରଣ ଉପଭୋକ୍ତା ଭରଣା କରୁଛନ୍ତି। 

ବିଦ୍ୟୁତ୍‌ ଆଇନ ଧାରା ୩୨ ଅନୁସାରେ ଏସ୍‌ଏଲ୍‌ଡିସି ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ଅଧୀନରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ସମସ୍ତ ବିଦ୍ୟୁତ୍‌ ଗ୍ରିଡ୍‌ଗୁଡ଼ିକ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହିତ ସେଗୁଡ଼ିକୁ ନିୟନ୍ତ୍ରଣ କରି ତାହାର ସର୍ବୋତ୍ତମ ବ୍ୟବହାର କରିବ। ରାଜ୍ୟ ଗ୍ରିଡ୍ ସହିତ ସଂଯୋଗ ହୋଇଥିବା ସମସ୍ତ ବିଦ୍ୟୁତ୍ ଉତ୍ପାଦନ କମ୍ପାନି ଓ ଲାଇସେନ୍ସଧାରୀ ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ସବିଶେଷ ତଥ୍ୟ ପଞ୍ଜୀକରଣ କରି ସେମାନେ ପ୍ରତି ୟୁନିଟ୍‌ରେ ପ୍ରେରଣ ଓ ଗ୍ରହଣ କରୁଥିବା ସମସ୍ତ ବିଦ୍ୟୁତ୍‌ ଶକ୍ତିର ଟିକିନିଖି ହିସାବ ରଖିବା କଥା। ଏସ୍‌ଏଲ୍‌ଡିସି ପରିଚାଳନା ସମୁଦାୟ ବାର୍ଷିକ ଖର୍ଚ୍ଚକୁ ଭରଣା କରିବା ପାଇଁ ପଞ୍ଜୀକରଣ ହୋଇଥିବା ଉତ୍ପାଦନ କମ୍ପାନି ଓ ଲାଇସେନ୍ସଧାରୀ ଉପଭୋକ୍ତାମାନଙ୍କ ଉପରେ ନିର୍ଦ୍ଦିଷ୍ଟ କର ବସାଇ ରାଜସ୍ୱ ଆଦାୟ କରିବ ଏବଂ ସେଥିପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ଅନୁମୋଦନ ନେବ।

ଏଠାରେ ପ୍ରକାଶଯୋଗ୍ୟ ରାଜ୍ୟ ଗ୍ରିଡ୍‌ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୬୦ଟି ଉତ୍ପାଦନ କମ୍ପାନି ସଂଯୋଗ ହୋଇ ୨୫ହଜାର ମେଗାୱାଟ୍ କ୍ଷମତାର ବିଦ୍ୟୁତ୍ ଉତ୍ପାଦନ ଶକ୍ତିକେନ୍ଦ୍ର ସ୍ଥାପନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥା ସହିତ ଶିଳ୍ପପତିମାନଙ୍କର ସ୍ୱାଧୀନ ଓ ନିଜସ୍ୱ ବିଦ୍ୟୁତ୍‌କେନ୍ଦ୍ର ରହିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଓଡ଼ିଶା ଗ୍ରିଡ୍‌ରେ ବର୍ଷକୁ ୧ଲକ୍ଷ ୨୦ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ପ୍ରେରଣ ହେଉଥିବାବେଳେ ସେଥିରୁ ୧୦ ହଜାର ମେଗାୱାଟ ବା ୪୮୦୦୦ ନିୟୁତ ୟୁନିଟ୍ ଓଡ଼ିଶାର ପ୍ରାୟ ଏକକୋଟି ଉପଭୋକ୍ତା ବ୍ୟବହାର କରୁଛନ୍ତି। ଏସ୍‌ଏଲ୍‌ଡିସି ଏବଂ ଓପିଟିସିଏଲ୍‌ ନିଜର ସମୁଦାୟ ବାର୍ଷିକ ଖର୍ଚ୍ଚ ଭରଣା କରିବା ପାଇଁ କେବଳ ଓଡ଼ିଶା ପାଇଁ ସଂରକ୍ଷିତ ଥିବା ୧୦ ହଜାର ମେଗାୱାଟ୍ ବିଦ୍ୟୁତ୍ ପ୍ରେରଣରୁ ଟାରିଫ୍ ଆଦାୟ କରୁଥିବା ବେଳେ ଅବଶିଷ୍ଟ ୧୫ ହଜାର ମେଗାୱାଟ ବା ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ଉପରେ ଟାରିଫ ଆଦାୟ କରୁନାହିଁ। ଏଭଳି କାର୍ଯ୍ୟ ପାଇଁ ୟୁନିଟ୍‌ ପିଛା ୨୪ ପଇସା ହିସାବରେ ବାର୍ଷିକ ୧୭୨୮ କୋଟି ଟଙ୍କା କ୍ଷତି ହେଉଛି।

୧୫ ହଜାର ମେଗାୱାଟର ତଥ୍ୟ ୱେବ୍‌ସାଇଟ୍‌ରେ ପ୍ରକାଶ ନକରିବା ଘଟଣା ‌ହିଁ ଦୁର୍ନୀତିକୁ ଇଙ୍ଗିତ କରୁଛି ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଦର୍ଶାଇଛନ୍ତି। ଫଳରେ ଓଡ଼ିଶାର ଉପଭୋକ୍ତା ରାଜ୍ୟ ଗ୍ରିଡ୍‌ର ସମସ୍ତ ବାର୍ଷିକ ଖର୍ଚ୍ଚ ଭରଣା କରୁଛନ୍ତି। ରାଜ୍ୟ ଗ୍ରିଡ୍‌ର ପରିଚାଳନା ବିଶୃଙ୍ଖଳା ପାଇଁ ବିଦ୍ୟୁତ୍‌ ଉପଭୋକ୍ତା ୟୁନିଟ୍ ପିଛା ୨୪ ପଇସା ହାରରେ ଅନ୍ୟାୟ ଭାବେ ବିଦ୍ୟୁତ୍‌‌ ବିଲ୍‌ ପୈଠ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe