KNN India
ନୂଆଦିଲ୍ଲୀ : ଦେଶରେ ୨୦୧୭-୧୮ରେ ବେକାରି ହାର ୬.୧% ଥିଲା ବୋଲି କେନ୍ଦ୍ର ସରକାର ରାଜ୍ୟସଭାକୁ ଜଣାଇଛନ୍ତି। ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ,ନୂଆ ମାପଦଣ୍ଡ ଓ ଅଧିକ ନମୁନାକୁ ବ୍ୟବହାର କରି ସରକାର ନୂତନ ନିୟମିତ ଶ୍ରମ ଶକ୍ତି ସର୍ଭେ ଆରମ୍ଭ କରିଛନ୍ତି। ଏହାର ତଥ୍ୟକୁ ପୁରୁଣା ସର୍ଭେ ତଥ୍ୟ ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ନୂଆ ସର୍ଭେ ଅନୁସାରେ କାର୍ଯ୍ୟ କ୍ଷେତ୍ରରେ ଶ୍ରମ ଶକ୍ତିର ଅଂଶଗ୍ରହଣ ହାର ୩୬.୯% ରହିଥିବା ବେଳେ ବେକାରି ହାର ୬.୧% ରହିଛି।
Follow Us