ବେକାରି ହାର ୫.୧%କୁ ଖସିଲା, ୫ ମାସରେ ସର୍ବନିମ୍ନ

ଚଳିତ ବର୍ଷ ଅଗଷ୍ଟରେ ଦେଶର ବେକାରି ହାର ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନ ଓ ଜୁଲାଇରେ ତାହା ଯଥାକ୍ରମେ ୫.୨ ପ୍ରତିଶତ ଓ ୫.୬ ପ୍ରତିଶତ ଥିଲା। ଲଗାତାର ଦ୍ବିତୀୟ ମାସରେ ବେକାରି ହାର ହ୍ରାସ ପାଇ ପାଞ୍ଚ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

sfsfsxxcc

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଦେଶର ବେକାରି ହାର ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନ ଓ ଜୁଲାଇରେ ତାହା ଯଥାକ୍ରମେ ୫.୨ ପ୍ରତିଶତ ଓ ୫.୬ ପ୍ରତିଶତ ଥିଲା। ଲଗାତାର ଦ୍ବିତୀୟ ମାସରେ ବେକାରି ହାର ହ୍ରାସ ପାଇ ପାଞ୍ଚ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ ପୁରୁଷ ବର୍ଗରେ ବେକାରି ହାର ୫ ପ୍ରତିଶତକୁ ହ୍ରାସ ପାଇଛି। ଶେଷ ଥର ପାଇଁ ଗତ ଏପ୍ରିଲ୍‌ରେ ଏହା ଏଭଳି ସ୍ତରରେ ଥିଲା। ସହରାଞ୍ଚଳରେ ପୁରୁଷ ବେକାରି ହାର ୫.୯ ପ୍ରତିଶତକୁ ଖସିଆସିଛି ଯାହା ଗତ ଜୁଲାଇରେ ୬.୬ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ୪.୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁଲାଇରେ ତାହା ୪.୬ ପ୍ରତିଶତ ଥିଲା। 

ଶ୍ରମ ଜନସଂଖ୍ୟା ଅନୁପାତ ଅଗଷ୍ଟରେ ୫୨.୨ ପ୍ରତିଶତରେ ପହଞ୍ଚିଛି ଯାହା ଗତ ଜୁନ୍ ଓ ଜୁଲାଇର ଯଥାକ୍ରମେ ୫୧.୨ ପ୍ରତିଶତ ଓ ୫୨ ପ୍ରତିଶତଠାରୁ ଉନ୍ନତ। ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର (ଏଲ୍‌ଏଫ୍‌ପିଆର୍‌) ଅଗଷ୍ଟରେ ୫୫ ପ୍ରତିଶତ ହୋଇଛି ଯାହା ଗତ ଜୁନ୍‌ରେ ୫୪.୨ ପ୍ରତିଶତ ଥିଲା। ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ମହିଳା ଶ୍ରମ ଶକ୍ତି ହାର ବଢ଼ିଛି। ମହିଳାଙ୍କ ଶ୍ରମ ଶକ୍ତି ଅନୁପାତ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଜୁନ୍ ଓ ଜୁଲାଇରେ ତାହା ଯଥାକ୍ରମେ ୩୦.୨ ପ୍ରତିଶତ ଓ ୩୧.୬ ପ୍ରତିଶତ ଥିଲା। ଶ୍ରମଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ହାର ୩୩.୭ ପ୍ରତିଶତ ହୋଇଛି। ଗତ ଜୁନ୍ ଓ ଜୁଲାଇରେ ତାହା ଯଥାକ୍ରମେ ୩୨ ପ୍ରତିଶତ ଓ ୩୩.୩ ପ୍ରତିଶତ ଥିଲା। ଭଲ ମୌସୁମୀ ବର୍ଷା, ସରକାରୀ ସ୍କିମ୍‌ର ଲାଭ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ପ୍ରଭାବରେ ନିଯୁକ୍ତି ହାର ବଢ଼ିବା ସହ ବେକାରି କମ୍ ହେଉଛି। ମୌସୁମୀ ବର୍ଷ ଓ ଚାଷ କାମ ପ୍ରଭାବରେ ଗ୍ରାମାଞ୍ଚଳରେ ଲଗାତାର ତୃତୀୟ ମାସ ପ‌ାଇଁ ବେକାରି ହାର କମ୍ ରହିଛି। ସରକାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଭାବ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe