Advertisment

ବଡ଼ଦାଣ୍ଡରେ ନିଆରା ଷ୍ଟଲ୍‌: ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ‌ଜଣାଉଛି

Advertisment

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନଅ ଦିନବ୍ୟାପୀ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଯାତ୍ରାରେ ପ୍ରତିବର୍ଷ ଶହ ଶହ ଷ୍ଟଲ୍‌ ସ୍ଥାପନ କରାଯାଇଥାଏ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନଅ ଦିନବ୍ୟାପୀ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଯାତ୍ରାରେ ପ୍ରତିବର୍ଷ ଶହ ଶହ ଷ୍ଟଲ୍‌ ସ୍ଥାପନ କରାଯାଇଥାଏ।

gsfsfxc

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନଅ ଦିନବ୍ୟାପୀ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଯାତ୍ରାରେ ପ୍ରତିବର୍ଷ ଶହ ଶହ ଷ୍ଟଲ୍‌ ସ୍ଥାପନ କରାଯାଇଥାଏ। ମୁଖ୍ୟତଃ କର୍ପୋରେଟ୍ ଜଗତ ଏହି ଷ୍ଟଲ୍‌ଗୁଡ଼ିକ ସ୍ଥାପନ କରି ନିଜକୁ ଲୋକଙ୍କ ଅଧିକ ନିକଟତର କରିବାକୁ ଉଦ୍ୟମ କରିଥାନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଏକ ନିଆରା ଷ୍ଟଲ୍‌ ସ୍ଥାପନ କରାଯାଇଛି। ଏହା କୌଣସି ନିର୍ଦ୍ଦିଷ୍ଟ କମ୍ପାନି କଥା କହୁନାହିଁ। ଏହା ଏଭଳି ଏକ ଷ୍ଟଲ୍‌ ଯାହା ଲୋକଙ୍କୁ ସମ୍ପତ୍ତି ସୃଷ୍ଟି କରିବାର ବାଟ ଦେଖାଉଛି। ସଞ୍ଚୟକୁ ବଡ଼ ସମ୍ପତ୍ତିରେ ପରିଣତ କରିବା ଲାଗି ଉତ୍ସାହିତ କରୁଛି। ସେଥିପାଇଁ ସେହି ଷ୍ଟଲ୍‌ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ‌ଜଣାଉଛି
ସମ୍ପତ୍ତି ଗଢ଼ିବାର ବାଟ ଦେଖାଉଛି
ପ୍ରଶ୍ନୋତ୍ତରରେ ସଚେତନତା

‘ମ୍ୟୁଚୁଆଲ୍ ଫଣ୍ଡ୍‌ ଠିକ୍ କଥା’ ଅଭିଯାନ ଅଧୀନରେ ପୁରୀ ବଡ଼ଦାଣ୍ଡର ବଡ଼ଶଙ୍ଖ ନିକଟରେ ସ୍ଥାପନ କରାଯାଇଥିବା ଏହି ଷ୍ଟଲ୍‌ ଅନେକ ଲୋକଙ୍କୁ ଆକର୍ଷିତ କରୁଛି। ମ୍ୟୁଚୁଆଲ୍ ଫଣ୍ଡ୍‌ କ’ଣ? ଏହା କିଭଳି କାମ କରେ? ଏଥିରେ କେମିତି ନିବେଶ କରିହେବ? କେଉଁଠିକି ଯିବାକୁ ପଡ଼ିବ? କେତେ ଟଙ୍କା ଦରକାର? କେତେ ଲାଭ ମିଳିବ? ଏଭଳି ଅନେକ ପ୍ରଶ୍ନ ଲୋକମାନେ ପଚାରୁଛନ୍ତି। ସେଠାରେ ଉପସ୍ଥିତ ଆର୍ଥିକ ବିଶେଷଜ୍ଞମାନେ ଲୋକମାନଙ୍କ ସହ ଭାବ ବିନିମୟ କରୁଛନ୍ତି। ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉଛନ୍ତି। ଷ୍ଟଲ୍‌ରେ ରେଡିଓ ଚକ୍‌ଲେଟ୍‌ ତରଫରୁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି, ଯାହା ଲୋକମାନଙ୍କ ଭିତରେ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ନେଇ ଆଗ୍ରହ ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କିତ ସରଳ ପ୍ରଶ୍ନ ପଚାରି ଲୋକଙ୍କୁ ଏହି ଅଭିଯାନରେ ଯୋଡ଼ିବାକୁ ପ୍ରୟାସ ହେଉଛି। 

ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀକୁ ଆସିଥାନ୍ତି। ସେହି ଲୋକମାନଙ୍କ ଭିତରେ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହି ଷ୍ଟଲ୍‌ର ମୁଖ୍ୟ ଲକ୍ଷ୍ୟ। ବିଶେଷ କରି ପ୍ରଥମ ଥର ନିବେଶ କରିବାକୁ ଚାହୁଥିବା ଲୋକମାନେ ଏଭଳି ଏକ ମାଧ୍ୟମ ଅଛି ବୋଲି ଜାଣୁଛନ୍ତି। ମାସକୁ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରି ଯେକୌଣସି ବ୍ୟାଙ୍କ କିମ୍ବା ପ୍ଲେ ଷ୍ଟୋର୍‌ ଓ ଆପ୍ ଷ୍ଟୋର୍‌ରେ ଉପଲବ୍ଧ ଥିବା ଅନେକ ଆପ୍ ମାଧ୍ୟ‌ମରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ଅତି ସହଜରେ ନିବେଶ ଆରମ୍ଭ କରାଯାଇପାରିବ ବୋଲି ସେମାନେ ଜାଣୁଛନ୍ତି। ଅନେକ ଲୋକ ସେହିଠାରେ ନିଜ ମୋବାଇଲ୍‌ ଖୋଲି ଆପ୍ ସନ୍ଧାନ କରୁଛନ୍ତି। ଷ୍ଟଲ୍‌ ପରିଦର୍ଶନରେ ଆସୁଥିବା ଲୋକମାନେ ସଚେତନତା ବାର୍ତ୍ତାକୁ ନିଜ ସହ ନେଇ ଘରକୁ ଫେରିପାରିବେ। ସ୍ବତନ୍ତ୍ର କୁଇଜ୍‌ ପ୍ରତିଯୋଗିତା ଜରିଆରେ ଲୋକଙ୍କୁ ରଥଯାତ୍ରା ଓ ମ୍ୟୁଚୁଆଲ ଫଣ୍ଡ୍‌ ସଂପର୍କିତ ପ୍ରଶ୍ନ ପଚରାଯାଇ ସେମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବା ସହିତ ସଚେତନତା ବାର୍ତ୍ତା ଦିଅାଯାଉଛି। ଏହା ଦ୍ବାରା ଲୋକଙ୍କ ମଧ୍ୟରେ ନିବେଶକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe