ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ ଏବେ ଫିଚର ଫୋନ୍ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଭଏସ୍ କଲ୍ ଏବଂ ଡାଟା ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରିଛି। କମ୍ପାନି ଚଳିତ ଗଣତନ୍ତ୍ର ଦିବସ ଅବସରରେ ଦେଶର ୫୦ କୋଟି ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ ମୁକ୍ତି ଦେବା ଲାଗି ଆଜି ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନି କେବଳ ଜିଓଫୋନ୍ ଗ୍ରାହକଙ୍କୁ ୪୯ ଟଙ୍କାରେ ୨୮ ଦିନ ପାଇଁ ଅସୀମିତ ଭଏସ୍ କଲ୍ ଓ ଅସୀମିତ ଡାଟା ( ଦ୍ରୁତ ବେଗରେ ୧ଜିବି) ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏଥିସହିତ ଜିଓ ପକ୍ଷରୁ ସୁଲଭ ମୂଲ୍ୟର ଡାଟା ଆଡ୍-ଅନ୍ ପ୍ୟାକ୍ ଘୋଷଣା କରିଛି। ସେଗୁଡ଼ିକ ୧୧ ଟଙ୍କା, ୨୧ ଟଙ୍କା, ୫୧ ଟଙ୍କା ଏବଂ ୧୦୧ ଟଙ୍କାରେ କମ୍ପାନି ଯୋଗାଇ ଦେବ। ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ଡିଜିଟାଲ ଆନ୍ଦୋଳନରେ ସାମିଲ ହେବାକୁ କମ୍ପାନି ଗ୍ରାହକଙ୍କୁ ଆହ୍ଵାନ କରିଛି। କମ୍ପାନିର ଜିଓଫୋନ୍ ନିକଟତମ ରିଟେଲର ଏବଂ ଅନ୍ଲାଇନ୍ରେ ମାଇଁଜିଓ ଆପ୍ କିମ୍ବା ଜିଓ ଡଟ୍ କମ୍ରେ ଉପଲବ୍ଧ ହେବ।
ଜିଓର ୪୯ ଟଙ୍କାରେ ଅସୀମିତ କଲ୍ ଅଫର
Advertisment
Follow Us