ବେତନଟୀର ବୋହୂ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର  ବୋହୂ ଡ. ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଡେପୁଟି ଗଭର୍ଣ୍ଣର ପଦବିରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ଓଡ଼ିଆ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ସ୍ଥାନରେ ଶ୍ରୀମତୀ ଗୁପ୍ତାଙ୍କୁ ନିଯୁକ୍ତି ମିଳିଛି।

00

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର  ବୋହୂ ଡ. ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଡେପୁଟି ଗଭର୍ଣ୍ଣର ପଦବିରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ଓଡ଼ିଆ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ସ୍ଥାନରେ ଶ୍ରୀମତୀ ଗୁପ୍ତାଙ୍କୁ ନିଯୁକ୍ତି ମିଳିଛି। ସେ ୩ ବର୍ଷ ଲାଗି ଏହି ପଦରେ କାର୍ଯ୍ୟ କରିବେ।

ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଥିଲେ। ଶ୍ରୀମତୀ ଗୁପ୍ତାଙ୍କ ଶ୍ବଶୁର ଘର ହେଉଛି ବେତନଟୀରେ। ଅବସରପ୍ରାପ୍ତ ଯନ୍ତ୍ରୀ ଅଜିତ କୁମାର ମିଶ୍ର ଓ ରମା ମିଶ୍ରଙ୍କ ପୁଅ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଦୀପକ ମିଶ୍ରଙ୍କୁ ସେ ବିବାହ କରିଛନ୍ତି। ଦୀପକ ‘ଦି ଇଣ୍ଡିଆନ କାଉନସିଲ୍‌ ଫର ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ’ର ନିର୍ଦ୍ଦେଶକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe