ଗ୍ରାହକଙ୍କ ପାଇଁ ୟୁପିଆଇ ମାଗଣା

Advertisment
ଋଣ ଖାତାରେ ନେଣଦେଣ ୟୁପିଆଇରେ କରିହେବ

ନୂଆଦିଲ୍ଲୀ : ଫୋନ୍‌ପେ, ଗୁଗୁଲ୍‌ପେ’ ଆଦି ଆପ୍‌ ଜରିଆରେ ୟୁପିଆଇ ପେମେଣ୍ଟ୍‌ କରୁଥିବା ଗ୍ରାହକମାନଙ୍କୁ କୌଣସି ଶୁଳ୍କ ଗଣିବାକୁ ପଡ଼ିବନି। ୟୁପିଆଇର ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଏହା ସ୍ପଷ୍ଟ କରିଛି। ୟୁପିଆଇର ବ୍ୟବହାର ସମ୍ପୂର୍ଣ୍ଣ ମାଗଣା ଓ ସୁରକ୍ଷିତ ବୋଲି ଏହା ଜଣାଇଛି।

ଏନ୍‌ପିସିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କ ଖାତା ସହ ଲିଙ୍କ୍‌ ହୋଇଥିବା ୟୁପିଆଇ ଆପ୍ ଜରିଆରେ ଯେଉଁ କାରବାର ହେଉଛି ତାହା ଉପରେ କୌଣସି ଶୁଳ୍କ ଲାଗିବନି। ଦେଶରେ ହେଉଥିବା ମୋଟ ୟୁପିଆଇ କାରବାରର ୯୯.୯ ପ୍ରତିଶତ ଏହି ମାଧ୍ୟମରେ ହେଉଛି। ଉଭୟ ଗ୍ରାହକ ଓ ମର୍ଚାଣ୍ଟ୍‌ (ବ୍ୟବସାୟୀ)ମାନଙ୍କ ଲାଗି ବ୍ୟାଙ୍କ ଖାତାରୁ ବ୍ୟାଙ୍କ ଖାତାକୁ ୟୁପିଆଇ ପେମେଣ୍ଟ୍‌ ନିଃଶୁଳ୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe