ୟୁପିଆଇରେ ଇ-କମର୍ସ ପେମେଣ୍ଟ୍‌ ଆହୁରି ସହଜ ହେବ

Advertisment
ୟୁପିଆଇରେ ୭୦% ପେମେଣ୍ଟ୍‌

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ ‘ସିଙ୍ଗଲ-ବ୍ଲକ୍ ଏବଂ ଏକାଧିକ ଡେବିଟ୍‌’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ବ୍ୟବହାରକାରୀମାନଙ୍କୁ ଯୋଗାଇ ଦେବା ଲାଗି ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ ରିଜର୍ଭ ବ୍ୟାଙ୍କ କହିବ। ଏନ୍‌ପିସିଆଇ ଅଧୀନରେ ୟୁପିଆଇ ପରିଚାଳିତ ହେଉଛି।

ଏହି ସୁବିଧା ଆରମ୍ଭ ହେବା ପରେ ୟୁପିଆଇ ଜରିଆରେ ଇ-କମର୍ସ କଂପାନିଙ୍କୁ ପେମେଣ୍ଟ୍‌, ଷ୍ଟକକ ବଜାରରେ ନିବେଶ, ହୋଟେଲ୍‌ ବୁକିଂ ଲାଗି ପେମେଣ୍ଟ୍‌ କରିବା ଆହୁରି ସହଜ ହୋଇପାରିବ। ଏହି ବ୍ୟବସ୍ଥାରେ ଠିକ୍ ସମୟରେ ପେମେଣ୍ଟ୍‌ ହେବ ବୋଲି ଇ-କମର୍ସ ସଂସ୍ଥା ନିଶ୍ଚିତ ହୋଇପାରିବେ ଏବଂ ସାମଗ୍ରୀ କିମ୍ବା ସେବା ନପହଞ୍ଚିବା ପର୍ଯ୍ୟନ୍ତ ଗ୍ରାହକଙ୍କ ଖାତାରେ ଟଙ୍କା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe