ଆଳୁଭଜା ପରି ବାସୁଥିବା ଅତର ପ୍ରସ୍ତୁତ କରି ଚହଳ ପକାଇଲା ଆମେରିକୀୟ କମ୍ପାନି

Advertisment
ଆଳୁଭଜା ପରି ବାସୁଥିବା ଅତର ପ୍ରସ୍ତୁତ କରି ଚହଳ ପକାଇଲା ଆମେରିକୀୟ କମ୍ପାନି

Image Courtesy of India Today

ନୂଆଦିଲ୍ଲୀ: ‘ଫ୍ରେଞ୍ଚ୍‌ ଫ୍ରାଇଜ୍‌’ (ସ୍ବର୍ଣ୍ଣାଭ-ବାଦାମୀ ରଙ୍ଗର ପତଳାକଟା ଆଳୁଭଜା) ବାସ୍ନାରେ ଅନୁପ୍ରାଣିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକାର ଏକ କମ୍ପାନି ସ୍ବଳ୍ପ ପରିମାଣର ଅତର ପ୍ରସ୍ତୁତ କରି ବଜାରକୁ ଛାଡ଼ି ଚହଳ ପକାଇଥିବା ଜଣାପଡ଼ିଛି।

ଅବିକଳ ‘ଫ୍ରେଞ୍ଚ୍‌ ଫ୍ରାଇଜ୍‌’ ପରି ବାସୁଥିବା ‘ଫ୍ରାଇଟ୍‌ସ୍‌’ ନାମକ ଏହି ଅତରର ପ୍ରସ୍ତୁତକର୍ତ୍ତା ହେଉଛି ‘ଆଇ‌ଦହୋ ପଟାଟୋ କମିସନ୍‌’ (ଆଇପିସି)। ଏବେ ଏହି ଅତର ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା କଥା କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

publive-image Image Courtesy of India Herald

କମ୍ପାନିର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟାବଳିରୁ ଜଣାପଡ଼ିଛି ଯେ, ଏହି ଅତର ସୁବାସିତ ତୈଳ ଏବଂ ପାତନ ପ୍ରଣାଳୀରେ ଆଇଦହୋ ଆଳୁରୁ ନିଷ୍କାସିତ ହୋଇଥିବା ରସରୁ ପ୍ରସ୍ତୁତ ହୋଇଛି। ଏହି ଆଇଦହୋ ଆଳୁ ବାସ୍ନାର ଲୋଭ ସମ୍ବରଣ କରିବା କଷ୍ଟସାଧ୍ୟ। ୧.୭-ଆଉନ୍‌ସ୍‌ ଅତର ଧରୁଥିବା କାଚ ଶିଶିରେ ଏହି ଅତର ଉପଲବ୍ଧ। କେବଳ ୱେବ୍‌ସାଇଟ୍‌ ଜରିଆରେ ଏହାକୁ ଖରିଦ କରିହେବ।

ଆଳୁଭଜା ପରି ବାସୁଥିବା ଅତର ପ୍ରସ୍ତୁତ କରିବା ପୂର୍ବରୁ କମ୍ପାନି ସର୍ଭେ କରିଥିଲା। ସେଥିରୁ ଜଣାପଡ଼ିଲା ଯେ, ‘ଫ୍ରେଞ୍ଚ୍‌ ଫ୍ରାଇଜ୍‌’ର ବାସ୍ନାକୁ ୯୦% ଆମେରିକୀୟ ଏଡ଼ାଇ ପାରନ୍ତି ନାହିଁ। ଏହି ଅଧ୍ୟୟନ ଆଧାରରେ ସେମାନେ ଏଭଳି ବାସ୍ନାର ଅତର ପ୍ରସ୍ତୁତି କରିବାକୁ ସ୍ଥିର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe