Times of India
ନୂଆଦିଲ୍ଲୀ: ଭାରତରେ ଆସନ୍ତା ମେ ପହିଲାରୁ ଦୁଇ ବିଦେଶୀ କ୍ରେଡିଟ୍ କାର୍ଡ କମ୍ପାନି ଗ୍ରାହକଙ୍କୁ ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବେ ନାହିଁ। ସେହି ଦୁଇଟି କମ୍ପାନି ହେଲେ ଆମେରିକାନ୍ ଏକ୍ସପ୍ରେସ୍ ଓ ଡାଇନର୍ସ କ୍ଲବ୍ ଇଣ୍ଟରନ୍ୟାସନାଲ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଦୁଇ କମ୍ପାନି ଉପରେ କଟକଣା ଜାରି କରାଯାଇଛି। ଭାରତରେ ଉକ୍ତ ଦୁଇ କମ୍ପାନି ସେମାନଙ୍କ ଗ୍ରାହକଙ୍କ ପେମେଣ୍ଟ୍ ଡାଟା ରଖିବା ନିୟମକୁ ପାଳନ କରି ନଥିବାରୁ ଏଭଳି କଠୋର ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ନେଇଛି। ତେବେ ବର୍ତ୍ତମାନର କ୍ରେଡିଟ୍ କାର୍ଡ ଗ୍ରାହକ ଏହାଦ୍ବାରା ପ୍ରଭାବିତ ହେବେନାହିଁ।
Follow Us