ନୂଆଦିଲ୍ଲୀ: ଭାରତ ସହ ହୋଇଥିବା ଅନ୍ତରୀଣ ବାଣିଜ୍ୟ ରାଜିନାମାର ଫ୍ୟାକ୍ଟସିଟ୍ରେ ଆମେରିକା ସଂଶୋଧନ କରିଛି। ସେଥିରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ପୂର୍ବରୁ ‘ନିର୍ଦ୍ଦିଷ୍ଟ ପ୍ରକାରର ଡାଲି’ ଆମଦାନି ବିଷୟରେ ଯାହା ଉଲ୍ଲେଖ ଥିଲା ତାହାକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ତେଣୁ ଆମେରିକୀୟ ଡାଲି ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ଦୂର ହୋଇଛି। ସମ୍ବେଦନଶୀଳ କୃଷି ଓ ଦୁଗ୍ଧକ୍ଷେତ୍ରକୁ ସୁରକ୍ଷା ଦେବାକୁ ସରକାର ପ୍ରତିବଦ୍ଧ ଥିବା କହିଥିଲେ। ତାହାର ପ୍ରତିଫଳନ ସଂଶୋଧିତ ଫ୍ୟାକ୍ଟ ସିଟ୍ରେ ଦେଖିବାକୁ ମିଳିଛି। ଏମିତିରେ ଆମେରିକାରୁ ଅଧିକ ଡାଲି ଭାରତକୁ ଆସେ ନାହିଁ। କାନାଡା, ରୁଷ ଓ ଅଷ୍ଟ୍ରେଲିଆ ବରଂ ଅଧିକ ଡାଲି ପଠାଉଛନ୍ତି।
ଦ୍ବିତୀୟ ବଡ଼ ପରିବର୍ତ୍ତନ ହେଉଛି ଫ୍ୟାକ୍ଟ ସିଟ୍ରେ ବ୍ୟବହାର କରାଯାଇଥିବା ଭାଷା। ପୂର୍ବରୁ ଆମେରିକାର ଭାଷା ଜିଦ୍ ଓ କଠୋର ଥିଲା। ଆମେରିକାରୁ ଭାରତ ୫୦୦ ବିଲିୟନ ଡଲାରର ସାମଗ୍ରୀ କିଣିବାକୁ ପ୍ରତିବଦ୍ଧ ଥିବା ପୂର୍ବରୁ ଆମେରିକା କହିଥିଲା। କିନ୍ତୁ ସଂଶୋଧିତ ଫ୍ୟାକ୍ଟ ସିଟ୍ରେ ପ୍ରତିବଦ୍ଧତା ଶବ୍ଦ ବଦଳରେ ‘ଭାରତ କିଣିବାକୁ ଚାହୁଥିବା’ ଉଲ୍ଲେଖ କରାଯାଇଛି। ଅର୍ଥାତ ଭାରତ ସେତିକି ପରିମାଣର ଜିନିଷ କିଣିବାକୁ ପ୍ରକୃତରେ ବାଧ୍ୟ ନୁହେଁ। ଭାରତ ପ୍ରତି ଆମେରିକାର ନରମ ସ୍ବର ସ୍ପଷ୍ଟ ପ୍ରତିଫଳିତ ହୋଇଛି।
ଆହୁରି ପଢ଼ନ୍ତୁ: Liquor Mafia: ବ୍ରାହ୍ମଣୀ ନଦୀ ପଠା ଯାଜପୁର-ଢେଙ୍କାନାଳ ମଦ ମାଫିଆଙ୍କ କବ୍ଜାରେ
ଅନ୍ୟତମ ବଡ଼ ପରିବର୍ତ୍ତନ ହେଉଛି ଡିଜିଟାଲ ସେବା ଟିକସ। ପୂର୍ବରୁ ଆମେରିକା ଦାବି କରୁଥିଲା ଯେ ଡିଜିଟାଲ ସେବା ଟିକସ ହଟାଇବାକୁ ଭାରତ ପ୍ରତିବଦ୍ଧତା ଦର୍ଶାଇଛି। କିନ୍ତୁ ସଂଶୋଧିତ ଫ୍ୟାକ୍ଟ ସିଟ୍ରେ ସେ ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ। କେବଳ କୁହାଯାଇଛି ଯେ ଦ୍ବିପାକ୍ଷିକ ଡିଜିଟାଲ ବ୍ୟବସାୟ ନିୟମକୁ ନେଇ କଥାବାର୍ତ୍ତା ଚାଲିଛି। ଡିଜିଟାଲ କମ୍ପାନିଗୁଡ଼ିକ ଉପରେ ଭାରତ ଲଗାଇଥିବା ଟିକସ ଆମେରିକୀୟ ସଂସ୍ଥାଗୁଡ଼ିକ ପାଇଁ ଚିନ୍ତାର କାରଣ ଥିଲା। ନିକଟରେ ସେହି ଟିକସକୁ ଭାରତ ଉଚ୍ଛେଦ କରିଛି। ହୁଏତ ସେହି କାରଣ ପାଇଁ ସଂଶୋଧିତ ଫ୍ୟାକ୍ଟ ସିଟ୍ରେ ଏହି ଟିକସ ସମ୍ପର୍କରେ କୌଣସି ଆଲୋଚନା କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/11bbs_63_11022026_112-2026-02-11-19-30-10.jpg)