ନୂଆଦିଲ୍ଲୀ: ଚୀନ୍ ଉପରେ ଆମେରିକା ୧୦୪ ପ୍ରତିଶତ ଟିକସ ଲଗାଇଛି। ଏକଥା ହ୍ବାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତାକାଲିଠାରୁ ଏହି ଶୁଳ୍କ ଲାଗୁ ହେବ। ବିଶ୍ବର ଏହି ଦୁଇ ପ୍ରମୁଖ ମହାଶକ୍ତି ମଧ୍ୟରେ ବାଣିଜ୍ୟ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଚୀନ ଉପରେ ୩୪ ପ୍ରତିଶତର ପାଲଟା ଟିକସ ଲଗାଇଥିଲେ। ତାହାର ଜବାବରେ ଚୀନ ସମାନ ପରିମାଣର ଟିକସ ଲଗାଇଥିଲା। ସେଥିରେ ଉତ୍କ୍ଷିପ୍ତ ହୋଇ ଚୀନ୍ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ।
ଚୀନ୍ ଉପରେ ୧୦୪% ଶୁଳ୍କ ଲଗାଇଲା ଆମେରିକା
Advertisment
Follow Us