ରୁଷ୍‌ ତେଲ ନେଇ ଆମେରିକାର ଆପତ୍ତି

Advertisment

ଆମ ଉପରେ କାହାର ଚାପ ନାହିଁ: ଭାରତ

ଆମ ଉପରେ କାହାର ଚାପ ନାହିଁ: ଭାରତ

ରୁଷ୍‌ ତେଲ ନେଇ ଆମେରିକାର ଆପତ୍ତି

Carnegie Endowment for International Peace

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପଠାଯାଇଥିବା କିଛି ତେଲକୁ ନେଇ ଆମେରିକା ଆପତ୍ତି ଉଠାଇଛି। ରୁଷ୍‌ରୁ କିଣାଯାଇଥିବା ତେଲର ପ୍ରକ୍ରିୟାକରଣ କରି ପଠାଯାଇଛି ବୋଲି ଆମେରିକା ଅଭିଯୋଗ କରିଥିବା ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି। ସେ କହିଲେ, ତେଲର ମୂଳକୁ ଭାରତ ଲୁଚାଇଛି। ଆମେରିକା ଲଗାଇଥିବା ଅର୍ଥନୈତିକ କଟକଣାର ଏହା ଉଲ୍ଲଂଘନ ଭାବେ ବିଚାର କରାଯାଉଛି। ଆମେରିକାର ଟ୍ରେଜେରି ବିଭାଗ ଭାରତକୁ କହିଛି ଯେ ଗଭୀର ସମୁଦ୍ରରେ ଜାହାଜରୁ ରୁଷ୍ ଟ୍ୟାଙ୍କର୍‌ରୁ ତେଲକୁ ଗୁଜରାଟ ଅଣାଯାଉଛି ଓ ସେଠାରେ ତାହାକୁ ବିଶୋଧନ କରି ଅନ୍ୟତ୍ର ପଠାଯାଉଛି।

ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍ ଉପରେ କଠୋର ଅର୍ଥନୈତିକ କଟକଣା ଲଗାଇଛନ୍ତି। ରୁଷ୍‌ର ଅଶୋଧିତ ତେଲ, କୋଇଲା ଓ ଗ୍ୟାସ୍‌ ଉପରେ ଆମେରିକା ସମ୍ପୂର୍ଣ୍ଣ କଟକଣା ଲଗାଇଛି। ତେବେ ଆମେରିକା ଲଗାଇଥିବା କଟକଣାରେ ଭାରତ ଯୋଗ ଦେଇନାହିଁ। ବଜାରରେ ରିହାତିରେ ଉପଲବ୍ଧ ଥିବା ବିପୁଳ ପରିମାଣର ରୁଷ୍ ତେଲକୁ ଭାରତ କିଣୁଛି। ଶ୍ରୀ ପାତ୍ର କହିଛନ୍ତି ଯେ ବିଶୋଧିତ ତେଲକୁ ଜାହାଜରେ ଲଦି ନ୍ୟୁୟର୍କ ପଠାଯାଉଛି। ଯେହେତୁ ସମୁଦ୍ର ମଝିରେ ତେଲକୁ ଗ୍ରହଣ କରାଯାଉଛି ଓ ପୁଣି ସେହି ଜାହାଜରେ ତାହାକୁ ଅନ୍ୟତ୍ର ପଠାଯାଉଛି ତେଣୁ ତେଲର ପ୍ରକୃତ ଉତ୍ସ କିଛି ନାହିଁ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି। ଏହା ହେଉଛି ବିଶ୍ବର ତୃତୀୟ ବଡ଼ ତୈଳ ଆମଦାନିକାରୀ। ଏବେ ବ୍ୟାରେଲ ପିଛା ପ୍ରାୟ ୧୯ ଡଲାର ରିହାତିରେ ରୁଷ୍ ତେଲ ମିଳୁଥିବାରୁ ସେହି ସୁଯୋଗକୁ ଭାରତ ହାତଛଡ଼ା କରିବାକୁ ଚାହୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ଏତେ ପରିମାଣର ରୁଷ୍ ତେଲ କିଣୁଛି ଯେ ତାହା ପାଶ୍ଚାତ୍ୟ ଦେଶ ଓ କଂପାନିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଦେଇଛି।

ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ କୁହାଯାଇଛି ଯେ ରୁଷ୍‌ ତେଲ କିଣାକୁ ନେଇ କୌଣସି ଦେଶରୁ ଚାପ ନାହିଁ। ଭାରତ ତୃତୀୟ ସର୍ବାଧିକ ତେଲ ଏବେ ରୁଷ୍‌ରୁ କିଣୁଛି। ଏକ ଉଦୀୟମାନ ଦେଶ ଭାବେ ଭାରତର ନିଜସ୍ବ ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ ଶକ୍ତି ସୁରକ୍ଷା ଆବଶ୍ୟକତା ଅନୁଯାୟୀ ଆମେ ତେଲ କିଣିବା ଓ ଅନ୍ୟାନ୍ୟ ନିଷ୍ପତ୍ତି ନେଉଛୁ। ଗତ ସପ୍ତାହରେ ଆମେରିକାର ‌ଅର୍ଥମନ୍ତ୍ରୀ ଜାନେଟ୍ ୟାଲେନ୍ କହିଥିଲେ ଯେ ରୁଷ୍ ତେଲ ମୂଲ୍ୟର ଏକ ସୀମା ନିର୍ଧାରଣ ଲାଗି ଭାରତ ସହ ସକାରାତ୍ମକ ଆଲୋଚନା ହୋଇଛି। ଏହା ଆଗୁ ବଢ଼ିଲେ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବା ରୁଷ୍ ପାଇଁ କଷ୍ଟକର ହୋଇପଡ଼ିବ। ତେବେ ମୂଲ୍ୟର ସୀମା ନିର୍ଧାରଣ କରିବା ଭଳି କୌଣସି ପ୍ରସ୍ତାବ ଆମ ପାଖରେ ପହଞ୍ଚି ନାହିଁ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଯଦି ସେଭଳି କିଛି ପ୍ରସ୍ତାବ ଆସିବ ଓ ଆମ ଉପରେ ଚାପ ପଡ଼ିତ ତେବେ ଆମେ ସେଥିରେ ସହମତ ହେବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯେଉଁ ଦେଶ ମୂଲ୍ୟର ସୀମା ନିର୍ଧାରଣ କରିବ ତାହାକୁ ତେଲ ବିକିବ ନାହିଁ ବୋଲି ରୁଷ୍ ଆଗୁଆ ସ୍ପଷ୍ଟ କରିଛି। ରୁଷ୍ ସହ ଭାରତୀୟ ଟଙ୍କା ଜରିଆରେ କାରବାର ଲାଗି ଭାରତ ଉଦ୍ୟମ କରୁଛି। ‌ସେହି ବ୍ୟବସ୍ଥା ଆରମ୍ଭ ହେବା ପରେ ଆସନ୍ତା ଦୁଇ ମାସରେ ରୁଷ୍ ସହ କାରବାର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe