ହ୍ଵାଟ୍‌ସଆପ୍‌ ଚାଟ୍‌ କରିବେ, ମାତ୍ର ଅନ୍ୟମାନେ ଜାଣିପାରିବେ ନାହିଁ ଆପଣଙ୍କ ନମ୍ବର!

Advertisment
ହ୍ଵାଟ୍‌ସଆପ୍‌ ଚାଟ୍‌ କରିବେ, ମାତ୍ର ଅନ୍ୟମାନେ ଜାଣିପାରିବେ ନାହିଁ ଆପଣଙ୍କ ନମ୍ବର!

ହ୍ଵାଟସ୍‌ଆପକୁ ଯଦି ସ୍ମାର୍ଟଫୋନର ସବୁଠାରୁ ବିଶେଷ ଆପ ମଧ୍ୟରେ ଗଣାଯାଏ ତେବେ ଏପିରି କହିବା କୌଣସି ଭୁଲ ହେବନି। ସାଧାରଣତଃ କହିବାକୁ ଗଲେ ହ୍ଵାଟସ୍‌ଆପରେ ଆକାଉଂଟ ଖୋଲିବା ପାଇଁ ନିଜର ମୋବାଇଲ ନମ୍ବର ଦେବା ଜରୁରି ହୋଇଥାଏ ଆଉ ଏହି ନମ୍ବର ଜରିଆରେ ହିଁ ଆପଣ ହ୍‌ୱାଟସଆପ ବ୍ୟବହାର କରିପାରିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଟ୍ରିକ୍‌ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଜରିଆରେ ଆପଣ ଆପଣଙ୍କର ଅସଲି ନମ୍ବରକୁ ଗୋପନ ରଖି କୌଣସି ବି ବ୍ୟକ୍ତିବିଶେଷଙ୍କ ସହ କଥା ହୋଇପାରିବେ। ସବୁଠାରୁ ବଡ କଥା ହେଲା କି, ଚାଟ୍‌ କରିବା ସମୟରେ ଆପଣଙ୍କ ଅପଜିଟ୍‌ ପାର୍ଟିକୁ ଆପଣଙ୍କର ନମ୍ବର ତ ଦେଖାଯିବ କିନ୍ତୁ ସେ ନମ୍ବର ଆପଣଙ୍କର ହୋଇନଥିବ। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।

publive-image

ଏଥି ପାଇଁ ସର୍ବ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ସେଠାରେ ‘ପ୍ରାଇମୋ’ ଆପକୁ ସର୍ଚ୍ଚ କରନ୍ତୁ। ତାକୁ ଆପଣଙ୍କ ସ୍ମାର୍ଟଫୋନରେ ‘ଇଲଷ୍ଟଲ’ କରନ୍ତୁ ଏବଂ ‘ସାଇନ ବଟନ’ ଉପରେ କ୍ଲିକ୍‌ କରି ନିଜର ଏକ ‘ଆକାଉଂଟ’ ଖୋଲନ୍ତୁ।

ଏହି ପ୍ରକ୍ରିୟା ପରେ ଆପଣଙ୍କୁ ଆପଣଙ୍କର ମୋବାଇଲ ‘ନମ୍ବର ଏଣ୍ଟର’ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ନିକଟକୁ ୬ ଅଙ୍କ ବିଶିଷ୍ଟ ଏକ ଭେରିଫିକେସନ କୋଡ ଆସିବ ଏବଂ ଆପଟି ଆପଣଙ୍କର ମୋବାଇଲ ନମ୍ବର ଭେରିଫାଏ କରିବ।

ଏହାପରେ ଆପଣଙ୍କୁ ଆପଣଙ୍କର ନାମ, ବ୍ୟବହାରକାରୀ ନାମ ଏବଂ ପାସୱାର୍ଡ ଦେବାକୁ ପଡ଼ିବ ଏବଂ ଅନ୍ୟ କିଛି ତଥ୍ୟ ମଧ୍ୟ ଦେବାକୁ ପଡିବ।

ସାଇନ ଇନ କରିବା ପରେ ଆପଣଙ୍କୁ ଆପଣଙ୍କର ‘ଇମେଲ ଆଇଡି’କୁ ଭେରିଫାଏ କରିବା ପାଇଁ ଏକ ‘ମେଲ’ ଆସିବ। ମେଲ ଆଇଡି ଭେରିଫିକେସନ ସଂପୂର୍ଣ୍ଣ ହେବା ପରେ ଆପଣଙ୍କର ଆପରେ ରିଡାଇରେକ୍ଟ ହୋଇପାରିବ।

ଆପରେ ସାଇନ ଇନ ହେବା ପରେ ନିଜର ‘ପ୍ରୋଫାଇଲ’କୁ ଯାଆନ୍ତୁ ଏବଂ ‘ପ୍ରାଇମୋ ବ୍ୟବହାରକାରୀ ଫୋନ ନମ୍ବର’ ଅପସନ ଉପରେ ଟ୍ୟାପ୍‌ କରନ୍ତୁ।

publive-image

ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କଠାରୁ ‘ପ୍ୟାକେଜ’କୁ କିଣିବାକୁ କୁହାଯିବ। ଏଥି ମଧ୍ୟରୁ ‘ଫ୍ରି’ ଡାଏଲକୁ ଚୟନ କରନ୍ତୁ।

ଏହାପରେ ଆପଣଙ୍କୁ ଏକ ‘ୟୁଏସ ନମ୍ବର’ ଦିଆଯିବ। ଯାହାର ବ୍ୟବହାର ଆପଣ ଆପଣଙ୍କର ହ୍ଵାଟସଆପରେ କରିପାରିବେ।

ଏବେ ଏହି ନମ୍ବରରୁ ହ୍ଵାଟ୍‌ସଆପ ପାଇଁ ଏକ ନୂଆ ଆକାଉଣ୍ଟ ଖୋଲନ୍ତୁ ଏବଂ ଆକାଉଣ୍ଟ ଭେରିଫିକେସନ ପାଇଁ ‘କଲ୍‌ ମି’ ଅପସନ ଉପରେ କ୍ଲିକ୍‌ କରନ୍ତୁ। ଆପଣଙ୍କୁ କଲ ଜରିଆରେ ଏକ ନୂଆ ‘କୋଡ’ ଦିଆଯିବ। କୋଡକୁ ‘ଏଣ୍ଟର’ କରି ନିଜର ହ୍ଵାଟ୍‌ସଆପ ଭେରିଫାଏ କରାନ୍ତୁ।

ଏହାପରେ ଆପଣ କୌଣସି ବି ନୂଆ ନାମ ଏବଂ ପ୍ରୋଫାଇଲ ପିକ୍‌ଚରରେ ନୂଆ ଆକାଉଣ୍ଟ ଖୋଲି ପାରିବେ।

ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣ ଯାହା ସହିତ ଚାହିଁବେ ମେସେଜ କରି ପାରିବେ ଆଉ ଆପଣଙ୍କର ନମ୍ବର ତାଙ୍କୁ ଦେଖାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe