ଏଣିକି ଭିଡିଓ କଲିଂ ସମୟରେ ଏସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ! ନଚେତ ଗଣିବାକୁ ପଡ଼ିବ ଆଇଏସ୍‌ଡି ଚାର୍ଜ

Advertisment
ଏଣିକି ଭିଡିଓ କଲିଂ ସମୟରେ ଏସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ! ନଚେତ ଗଣିବାକୁ ପଡ଼ିବ ଆଇଏସ୍‌ଡି ଚାର୍ଜ

The Financial Express

ନୂଆଦିଲ୍ଲୀ: ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ନଚେତ ସେମାନଙ୍କୁ ଆଇଏସ୍‌ଡି ଚାର୍ଜ ଦେବାକୁ ପଡ଼ିବ ବୋଲି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକମାନେ ଭିଡିଓ କଲିଂ କରିବା ସମୟରେ ସାବଧାନ ରହିବା ନିହାତି ଆବଶ୍ୟକ ହୋଇପଡ଼ିଛି।

ଟେଲିକମ୍‌ କମ୍ପାନିଗୁଡିକୁ କୁହାଯାଇଛି ଯେ ଯଦି ଗ୍ରାହକମାନେ ଜୁମ୍‌ ଏବଂ ମାଇକ୍ରୋସଫ୍‌ଟ ଟିମ୍‌ ଭଳି ଅନ୍‌ଲାଇନ୍‌ ଭିଡିଓ କଲିଂ କିମ୍ବା ମିଟିଂ ଆପ୍ଲିକେସନ୍‌ ପାଇଁ ଟୋଲ୍‌ ଫ୍ରି ନମ୍ବର ବ୍ୟବହାର କରିବେ ନାହିଁ, ତେବେ ସେମାନଙ୍କ ବିଲ୍‌ ଆନ୍ତର୍ଜାତୀୟ କଲିଂ ହାରରେ ଆସିବ। ଆନ୍ତର୍ଜାତୀୟ ସବସ୍କ୍ରାଇବର ଡାଏଲିଂ ଅର୍ଥାତ ଆଇଏସଡି ଚାର୍ଜ ଆନ୍ତର୍ଜାତୀୟ କଲ୍‌ କଲେ ଲାଗୁ ହୋଇଥାଏ।

Telcos warn users to be wary of ISD charges for online meeting ... The Economic Times

ଟେଲିକମ୍‌ କମ୍ପାନିଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ସ୍ପଷ୍ଟ ଭାବେ କହି ରଖିଛନ୍ତି କି, ଏହି ଆପଗୁଡିକରେ ଡାଏଲ୍‌-ଇନ୍‌ ଫିଚର ବ୍ୟବହାର କରି ଆନ୍ତର୍ଜାତୀୟ ନମ୍ବରରେ ଭିଡିଓ କଲ୍‌ କରିବା ସମୟରେ ଆଇଏସ୍‌ଡି ଚାର୍ଜ ଲାଗିବ। ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ଟେଲିକମ୍‌ କମ୍ପାନିଗୁଡିକ ଗତ କିଛି ଦିନ ହେବ ଅତ୍ୟଧିକ ବିଲ୍‌ ଆସିବା ନେଇ ଅଭିଯୋଗ କରିଛନ୍ତି। ଏହା ପରେ ଟ୍ରାଏ ଏସ୍‌ଏମ୍‌ଏସ୍‌ ଜରିଆରେ ଏହି ଆଲର୍ଟ ପଠାଇଛି।

ଭିଡିଓ କଲ୍‌ରେ ଆଇଏସ୍‌ଡି ଚାର୍ଜରୁ ବର୍ତ୍ତିବା ପାଇଁ ଲାପଟପ୍‌ କିମ୍ବା ଡେସ୍କଟପ୍‌ କମ୍ପ୍ୟୁଟର ବ୍ୟବହାର କରିବା ଆବଶ୍ୟକ। ଏଥିସହିତ ବିଲ୍‌ଟ-ଇନ୍‌ ଭିଡିଓର ବିକଳ୍ପ ମଧ୍ୟ ବାଛିବାକୁ ପଡିବ। ଯଦି ସ୍ମାର୍ଟଫୋନରୁ କଲ୍‌ କରାଯାଏ ଏବଂ ସ୍ମାର୍ଟଫୋନ୍‌ରେ ଏକ ଆନ୍ତର୍ଜାତୀୟ ନମ୍ବର କିମ୍ବା ପ୍ରିମିୟମ୍‌ ନମ୍ବର ଡାଏଲ୍‌ କରାଯାଏ, ତେବେ ସ୍ମାର୍ଟଫୋନ୍‌ ଏକ ସେଲୁଲାର୍‌ ନେଟୱାର୍କ ସହିତ ସଂଯୁକ୍ତ ହୋଇଯାଇଥାଏ। ଫଳସ୍ୱରୂପ ଆଇଏସଡି ଶୁଳ୍କ ଲାଗୁ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe