୩ ଟଙ୍କିଆ ଶେୟାର କିଣିଥିଲେ, ଏବେ ୭୦୦୦% ଅଧିକ ରିଟର୍ଣ୍ଣ ପାଇ ନିବେଶକ ବନିଗଲେ କୋଟିପତି !

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ନୂଆଦିଲ୍ଲୀ: ଶେୟାର ବଜାର ପାଇଁ ଗତ କିଛିଦିନ ହେଲା ଘଟଣାବହୁଳ ରହିଛି। ବଜାରରେ ଶେୟାରର ଦର ପଡ଼ୁଛି ଉଠୁଛି। ଏଥିଯୋଗୁଁ ଶେୟାର ବଜାରରେ ଅର୍ଥ ଲଗାଇଥିବା କିଛି ନିବେଶକ ଟଙ୍କା ହରାଇ ନିରାଶ ହୋଇଛନ୍ତି। ତଥାପି କିଛି ନିବେଶକଙ୍କୁ ଏହାର କୌଣସି ଫରକ ପଡିନାହିଁ। କାରଣ ସେମାନେ ଶେୟାର ବଜାରରେ ଅଧିକ ସମୟ ପାଇଁ ଟଙ୍କା ଲଗାଇଥାନ୍ତି। ଏହି ରଣନୀତି ଅନେକ ନିବେଶକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଓ ସେମାନେ କୋଟିପତି ହୋଇଯାଇଥାନ୍ତି। ୨୦୦୯ର ନିବେଶ ୨୦୨୨ରେ ୭୦୦୦% ରିଟର୍ଣ୍ଣ ଦେଇଥିବା ଦେଖିବାକୁ ମିଳିଛି।

ଏହାର ଏକ ଉଦାହରଣ ହେଲା ଭି-ଗାର୍ଡର ଶେୟାର।  ୨୦୦୯ରେ ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଯେତେବେଳେ ଶେୟାର ବଜାରରେ ପାଦ ରଖିଥିଲା ସେତେବେଳେ ଏହାର ପ୍ରତି ଶେୟାରର ମୂଲ୍ୟ ମାତ୍ର ୩ ଟଙ୍କା ଥିଲା। କିନ୍ତୁ ଏବେ ଏହାର ମୂଲ୍ୟ ପାଖାପାଖି ୨୧୫ ଟଙ୍କା ହୋଇଯାଇଛି। ବର୍ତ୍ତମାନ ଭି-ଗାର୍ଡ ୨୦୦୯  ତୁଳନାରେ ପାଖାପାଖି ୭୦୦୦% ବୃଦ୍ଧି ସହିତ ଷ୍ଟକ ବଜାରରେ କାରବାର କରୁଛି। ଶୁକ୍ରବାର ବ୍ୟବସାୟ ବନ୍ଦ ହେବା ବେଳକୁ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ)ରେ ଏହାର ଶେୟାର ଦର  ୨୧୪ ଟଙ୍କା ୯୦ ପଇସା ରହିଛି। ଏକ ସମୟରେ ଏହାର ଷ୍ଟକ୍ ମୂଲ୍ୟ ୨୮୫ଟଙ୍କା ପର୍ଯ୍ୟନ୍ତ ଉଚ୍ଚସ୍ତରକୁ ମଧ୍ୟ ପହଞ୍ଚି ଯାଇଥିଲା। ଫଳରେ ୧୩ ବର୍ଷ ଅବଧି ପରେ ପ୍ରାୟ ୭୦୦୦ ଗୁଣା ଲାଭ ପାଇଛନ୍ତି ନିବେଶକ।

ଉଲ୍ଲେଖନୀୟ ଯେ ୨୦୦୯ ମସିହାରେ ଯେଉଁମାନେ ଭି-ଗାର୍ଡର ଶେୟାର କିଣି ଷ୍ଟକ ବଜାରରେ ୧୫୦୦ ଟଙ୍କା ଲଗାଇଥିଲେ ସେମାନେ ସମସ୍ତେ କୋଟି ପତି ହୋଇଯାଇଥିବେ। ଯେଉଁମାନେ ସେତେବେଳେ ହଜାରେ ଟଙ୍କା ନିବେଶ କରିଥିବେ ସେମାନଙ୍କ ସମ୍ପତ୍ତି ୭୦ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିବ।
ମିଡ୍-କ୍ୟାପ କମ୍ପୀନୀର ଏମ-କ୍ୟାପର ଶେୟାର ଦର ଏବେ ୯,୩୩୧ ଟଙ୍କା ଅଛି। କମ୍ପାନୀ ଏହି ସପ୍ତାହରେ ଡିସେମ୍ବର ତ୍ରୈମାସର ଅର୍ଥନୈତିକ ଫଳାଫଳ ଜାରି କରିଛି। ଡିସେମ୍ବର ତ୍ରୈମାସରେ କମ୍ପାନୀର ଲାଭ ୩୧ ପ୍ରତିଶତ ହ୍ରାସ ହୋଇ ୫୩.୯୨ ଟଙ୍କା ହୋଇ ଯାଇଛି। ଅବଶ୍ୟ ଏହି ତ୍ରୈମାସରେ କମ୍ପାନୀର ରାଜସ୍ଵ, ଏକ ବର୍ଷ ପୂର୍ବର ୮୩୫.୦୪ କୋଟି ଟଙ୍କାରୁ ବଢି ୯୬୭.୩୮ କୋଟି ହୋଇଯାଇଛି। କମ୍ପାନୀର ଲାଭ କମିଥିଲେ ବି କିଛି ବିଶେଷଜ୍ଞଙ୍କ ଅନୁସାରେ ଏହି କମ୍ପାନୀରେ ଏବେ ବି ନିବେଶ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe