ଭୁବନେଶ୍ବର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୱାଟର୍ ହିଟରର ନୂଆ ଆଇରିସ୍ ମଡେଲ୍କୁ ଉନ୍ମୋଚନ କରାଯାଇଛି। କଂପାନିର ୪୦ରୁ ଅଧିକ ଚ୍ୟାନେଲ୍ ପାର୍ଟନର୍ଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ମଡେଲ୍ଗୁଡ଼ିକୁ ଉନ୍ମୋଚନ କରାଯାଇଛି। ଏହି ନୂତନ ମଡେଲ୍ ଜରିଆରେ କଂପାନି ଓଡ଼ିଶାର ୱାଟର ହିଟର୍ ବଜାରରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି କଂପାନି ଶାଖା ପ୍ରବନ୍ଧକ ସୁମନ୍ତ କୁମାର ପ୍ରଧାନ କହିଛନ୍ତି। ନୂଆ ଆଇରିସ୍ ମଡେଲ୍ ୱାଟର୍ ହିଟର୍ ୧୦ ଓ ୧୫ ଲିଟର୍ କ୍ଷମତାରେ ଉପଲବ୍ଧ ହେବ ଓ ଏହାର ଉପରେ ୭ ବର୍ଷର ୱାରେଣ୍ଟି ପ୍ରଦାନ କରାଯିବ। ଏହି ଅବସରରେ କଂପାନିର ପ୍ରଡକ୍ଟ ଇନ୍ ଚାର୍ଜ (ଓଡ଼ିଶା) ଶରତ ସାହୁ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us