ଟିକା ବ୍ୟୟ ୫୦,୦୦୦ କୋଟିକୁ ବୃଦ୍ଧି ପାଇବ

Advertisment
ମହାମାରୀ ମୁକାବିଲା ଲାଗି କଂପାନିଙ୍କ ୭୫୦ ଅଭିଯାନ: ଓଡ଼ିଶା ଭାଗରେ ୩୫

usnews.com

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟିକା କିଣିବା ବାବଦରେ ୫୦ ହଜାର କୋଟି ଟଙ୍କା ବ୍ୟୟ କରିପାରନ୍ତି। ଏକ ଆକଳନରୁ ଏହା ଜଣାପଡ଼ିଛି। ଟିକା କିଣା ଲାଗି ସରକାର ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ମାତ୍ର ୧୮-୪୪ ବର୍ଷ ବୟସର ପିଲାମାନଙ୍କୁ ମାଗଣା ଟିକା ଦିଆଯିବ ବୋଲି ସରକାର ଘୋଷଣା କରିବା ପରେ ଅଧିକ ଟିକା କିଣିବା ଲାଗି ବ୍ୟୟ ବଢ଼ାଇବାକୁ ପଡ଼ିବ। ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବଣ୍ଟନ କରିବା ଲାଗି ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡ଼ିବ। ଏହା ବିତ୍ତୀୟ ନିଅଣ୍ଟ ବୃଦ୍ଧିର କାରଣ ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।

ଏବେ ପ୍ରଚଳନରେ ଥିବା ଟିକା ନୀତି ଅନୁସାରେ ୫୦% ଟିକା କେନ୍ଦ୍ର ସରକାର କିଣୁଥିବା ବେଳେ ବଳକା ୫୦% ମଧ୍ୟରୁ ରାଜ୍ୟଗୁଡ଼ିକ ୨୫% ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ୨୫% ଟିକା କିଣୁଛନ୍ତି। ମାତ୍ର ଜୁନ୍ ୨୧ରେ ଯେଉଁ ଟିକା ନୀତି ଲାଗୁ ହେବ ସେଥିରେ କେନ୍ଦ୍ର ସରକାର ସବୁ ଟିକା କିଣିବେ। ଜଣେ ଅଧିକାରୀ ଆକଳନ କରିଛନ୍ତି‌ ଯେ ଟିକା କିଣା ବ୍ୟୟ ୪୫-୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିସାରିଛନ୍ତି ଯେ ଟିକା ଲାଗି ପାଣ୍ଠି ଏକ ସମସ୍ୟା ନୁହେଁ। ଏଥିପାଇଁ ଯେତେ ଟଙ୍କା ଦରକାର ପଡ଼ିବ ତାହା ସରକାର ଦେ‌ବେ। ଟିକାକରଣକୁ ନେଇ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି ତାହା ଟିକା ନିର୍ମାଣ କରୁଥିବା କଂପାନି ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ କ୍ଷତିଗ୍ରସ୍ତ ହେବେ ବୋଲି ଆକଳନ କରାଯାଇଛି। ଭାରତ ବାୟୋଟେକ୍ ୪୫ କୋଟି ଟଙ୍କା ଓ ସିରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପ୍ରାୟ ୨୭ କୋଟି ଟଙ୍କା ହରାଇବେ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe