ସୋ’ରୁମ୍‌ରେ ଭାଲେଣ୍ଟାଇନ୍ସ ଡେ’ ଗହଣା, ଖିମ୍‌ଜୀ ଆଣିଛି ଲଭ୍‌ଷ୍ଟ୍ରକ୍‌ ସମ୍ଭାର

Advertisment

ରିଲାଏନ୍ସ ଜୁଏଲସ୍‌ର ‘ଇଟରନିଟି’

ରିଲାଏନ୍ସ ଜୁଏଲସ୍‌ର ‘ଇଟରନିଟି’

ସୋ’ରୁମ୍‌ରେ ଭାଲେଣ୍ଟାଇନ୍ସ ଡେ’ ଗହଣା, ଖିମ୍‌ଜୀ ଆଣିଛି ଲଭ୍‌ଷ୍ଟ୍ରକ୍‌ ସମ୍ଭାର

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ଗହଣା ସୋ’ରୁମ୍‌ରେ ଭାଲେଣ୍ଟାଇନ୍ସ ଡେ’ ଗହଣା ସମ୍ଭାର ଗ୍ରାହକଙ୍କୁ ଟାଣୁଛି। ଖିମ୍‌ଜୀ ଜୁଏଲର୍ସ ଓ ରିଲାଏନ୍ସ ଜୁଏଲସ୍‌ ପକ୍ଷରୁ ସ୍ବତନ୍ତ୍ର ଭାଲେଣ୍ଟାଇନ୍ସ ଡେ’ ଗହଣା ସମ୍ଭାର ଉନ୍ମୋଚନ କରାଯାଇଛି। ଖିମ୍‌ଜୀ ଆଣିଛି ‘ଲଭ୍‌ଷ୍ଟ୍ରକ୍‌’ ସମ୍ଭାର। ଏଥିରେ ଥିବା ସୁଲଭ ମୂଲ୍ୟର ହୀରା ଗହଣାଗୁଡ଼ିକର ଦାମ୍ ୧୧ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ଥିବା ଖିମ୍‌ଜୀ ଷ୍ଟୋର୍‌ରେ ବିକ୍ରି ହେଉଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ କ୍ରିଷ୍ଣେନ୍ଦୁ ସେନ୍ କହିଛନ୍ତି ଯେ ଭାଲେଣ୍ଟାଇନ୍ସ ଡେ’ ହେଉଛି ଅସୀମ ପ୍ରେମ କାହାଣୀକୁ ପାଳନ କରିବାର ଅବସର। ଗ୍ରାହକମାନଙ୍କ ଭାବନାକୁ ଭଲ ଭାବେ ବୁଝିପାରି ଆମେ ଏହି ସୁଲଭ ମୂଲ୍ୟର ହୀରା ଗହଣା ସମ୍ଭାର ଆଣିଛୁ ଯେଉଁଥିରେ ଥିବା ସବୁ ପ୍ରକାର ଗହଣାରେ ଯାହା ଭଲ ପାଇବାକୁ ଅତି ସୁନ୍ଦର ଭାବେ ପରିପ୍ରକାଶ କରିପାରିବ। ଲଭ୍‌ଷ୍ଟ୍ରକ୍ ସମ୍ଭାରରେ ରହିଛି ପେଣ୍ଡାଣ୍ଟ, ରିଙ୍ଗ୍‌, ବ୍ରେସ୍‌ଲେଟ୍‌, ନେକ୍‌ଲେସ୍‌ ଓ ବ୍ୟାଣ୍ଡସ୍‌ ଅଫ୍‌ ଡାଇମଣ୍ଡ୍‌। ଖିମ୍‌ଜୀ ପକ୍ଷରୁ ଏକ ସେଲ୍‌ଫି ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯାହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ତିନି ଶ୍ରେଷ୍ଠ ବିଜେତାଙ୍କୁ ମାଗଣାରେ ସୁନା କଏନ ଉପହାର ପ୍ରଦାନ କରାଯିବ।

ସେହିପରି, ରିଲାଏନ୍ସ ଜୁଏଲସ୍‌ ‘ଇଟରନିଟି’ ସମ୍ଭାର ଆଣିଛି, ଯେଉଁଥିରେ ଥିବା ଗହଣା ଆଧୁନିକ ଦିନର ଭଲ ପାଇବାକୁ ପରିପ୍ରକାଶ କରୁଛି। ଏହି ସମ୍ଭାରରେ ରହିଛି ଷ୍ଟାଇଲିସ ରିଙ୍ଗ, ପେଣ୍ଡାଣ୍ଟ୍‌ ଓ ଇୟର ରିଙ୍ଗ୍‌ ଯାହାକୁ ୧୪ କ୍ୟାରେଟ୍ ସୁନାରେ ହୀରା ଖଚିତ କରି ପ୍ରସ୍ତୁତ କରାଯାଇଛି। ହ୍ବାଇଟ୍‌ ଗୋଲ୍ଡରେ ମଧ୍ୟ ଗହଣା ତିଆରି କରାଯାଇଛି ଯାହାକୁ ଫର୍ମାଲ୍ ଓୟାର ଓ କାଜୁଆଲ୍ ଓୟାର ସହ ପିନ୍ଧିହେବ। ଏହି ସମ୍ଭାରରେ ଥିବା ଗହଣାର ମୂଲ୍ୟ ୪୫୦୦ ଟଙ୍କାରୁ ଆରମ୍ଭ ହୋଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ଅନୁଗୁଳ ଓ ରାଉରକେଲାରେ ଥିବା ରିଲାଏନ୍ସ ଜୁଏଲସ୍‌ ସୋ’ରୁମ୍‌ରେ ଏହା ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe