ମହାମନା ଏକ୍ସପ୍ରେସ: ଯାତ୍ରାର ପ୍ରଥମ ଦିନରେ ଚୋରି

Advertisment
ମହାମନା ଏକ୍ସପ୍ରେସ: ଯାତ୍ରାର ପ୍ରଥମ ଦିନରେ ଚୋରି
ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମହାମନା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ। ଟ୍ରେନ୍‌  ବାରାଣାସୀରୁ ଭଦୋଦରା ଅଭିମୁଖେ ପ୍ରଥମଥର ପାଇଁ ଯାତ୍ରା ଆରମ୍ଭ କରିଥିଲା। ରବିବାର ଟ୍ରେନ୍‌ ବାରାଣାସୀରୁ ଭଦୋଦରା ଫେରିବା ପରେ ଜେନେରାଲ କୋଚରୁ ତିନିଟି ଶୌଚାଳୟରେ ନଳ ନଥିଲା। ଟ୍ରେନ୍‌ରେ ଥିବା ଚାରିଟି ହେଣ୍ଡଓ୍ଵାସ ଓ ଦୁଇଟି କାରପେଟକୁ କେହି ଚୋରାଇ ନେଇଛନ୍ତି। ସିଟ୍‌ଗୁଡ଼ିକରେ ସ୍କ୍ରାଚ ଦାଗ ରହିବା ସହିତ ଟ୍ରେନ୍‌ର କାଚ ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା।
 
ସୂଚନାଯୋଗ୍ୟ, ଟ୍ରେନ୍‌ରେ ଏଭଳି କ୍ଷୟକ୍ଷତି କିଏ କରିଛି ରେଲେଓ୍ଵ ଅଧିକାରୀଙ୍କୁ ଏହାର କୌଣସି ସୂଚନା ନାହିଁ। ତେବେ ଟ୍ରେନ୍‌ର ଏଭଳି ଅବସ୍ଥା ପାଇଁ ଯାତ୍ରୀ ହିଁ ଦାୟୀ ବୋଲି କୁହାଯାଉଛି। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe