Oil: ତୈଳ ଓ ଗ୍ୟାସ୍‌ ଉତ୍ତୋଳନ ନିୟମ କୋହଳ ହେଉ: ଅନିଲ

Advertisment

ଦେଶରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉତ୍ତୋଳନ ପାଇଁ ଥିବା ନିୟମଗୁଡ଼ିକୁ କୋହଳ କରିବାକୁ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଥିବା ପ୍ରାକୃତିକ ଖଣିଜ ସଂପଦ ମଧ୍ୟରୁ ଏବେବି ଅନେକର ଉପଯୁକ୍ତ ଉତ୍ତୋଳନ ଓ ଅର୍ଥନୈତିକ ବିନିଯୋଗ ହୋଇପାରି ନାହିଁ।

ଦେଶରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉତ୍ତୋଳନ ପାଇଁ ଥିବା ନିୟମଗୁଡ଼ିକୁ କୋହଳ କରିବାକୁ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଥିବା ପ୍ରାକୃତିକ ଖଣିଜ ସଂପଦ ମଧ୍ୟରୁ ଏବେବି ଅନେକର ଉପଯୁକ୍ତ ଉତ୍ତୋଳନ ଓ ଅର୍ଥନୈତିକ ବିନିଯୋଗ ହୋଇପାରି ନାହିଁ।

09bbs_92_09022026_112

ନୂଆଦିଲ୍ଲୀ: ଦେଶରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉତ୍ତୋଳନ ପାଇଁ ଥିବା ନିୟମଗୁଡ଼ିକୁ କୋହଳ କରିବାକୁ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଥିବା ପ୍ରାକୃତିକ ଖଣିଜ ସଂପଦ ମଧ୍ୟରୁ ଏବେବି ଅନେକର ଉପଯୁକ୍ତ ଉତ୍ତୋଳନ ଓ ଅର୍ଥନୈତିକ ବିନିଯୋଗ ହୋଇପାରି ନାହିଁ।

ଅନ୍ୟପକ୍ଷେ ଏଗୁଡ଼ିକର ଉପଯୁକ୍ତ ବିନିଯୋଗ ହୋଇ ପାରିଲେ ଦେଶ ତୈଳ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି ସେ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ରହିଥିବା ଅନେକ ପୁରୁଣା ନିୟମ ଓ କଠୋର ବ୍ୟବସ୍ଥା ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଯାହାର ଫଳ ସ୍ବରୂପ ଆମ ଦେଶର ପ୍ରାକୃତିକ ତୈଳ ସଂପଦରୁ ଆମେ ଫାଇଦା ହାସଲ କରି ପାରୁ ନାହୁଁ କିମ୍ବା ଶକ୍ତି ଉତ୍ପାଦନ କ୍ଷେତ୍ରରେ ସ୍ବାଧୀନତା ପାଇପାରୁ ନାହୁଁ।

ଆହୁରି ପଢ଼ନ୍ତୁ: Supreme Court: ହାଜତ ମୃତ୍ୟୁ ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ଭାରତ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ ହେବାକୁ ହେଲେ ଅଧିକ ତୈଳ, ଗ୍ୟାସ୍‌ ଓ ଖଣିଜ ସଂପଦ ଉତ୍ତୋଳନ କରିବାକୁ ହେବ। ଏହା ଦ୍ବାରା ଭାରତକୁ ଏହି ସବୁ କ୍ଷେତ୍ରରେ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ‘ଏକ୍ସ’ରେ ପୋଷ୍ଟ କରି ଅନିଲ ଲେଖିଛନ୍ତି ଯେ ଭାରତ ଏହାର ଆବଶ୍ୟକତାର ୯୦ ପ୍ରତିଶତ ପର୍ଯ୍ୟନ୍ତ ତୈଳ ଓ ଗ୍ୟାସ୍‌ ଆମଦାନି କରୁଛି। ତେବେ ଆନ୍ତର୍ଜାତିକ ସ୍ତରରେ ସାମରିକ କ୍ଷେତ୍ରରେ ଅସ୍ଥିରତା ସମୟରେ ଏହାର ସର୍ବାଧିକ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ଏସବୁ କ୍ଷେତ୍ରରେ ଅଧିକ ଉତ୍ପାଦନ ହିଁ ସମସ୍ୟାର ସମାଧାନ କରି ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe