ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼କୁ କିଣିବା ଦୌଡରେ ବେଦାନ୍ତ

Advertisment
ବିପିସିଏଲ୍‌ ଉପରେ ବେଦାନ୍ତର ନଜର: ୯୦ ହଜାର କୋଟିରେ କିଣିବାକୁ ଆଗ୍ରହୀ

photo-dna india

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପେଟ୍ରୋଲିୟମ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ରେ ସରକାରଙ୍କ ୫୨.୯୮ ପ୍ରତିଶତ ଅଂଶଧନ କିଣିବା ପାଇଁ ସରକାରଙ୍କୁ ତିନୋଟି ବିଡ୍ ମିଳିଛି । ତେବେ ଏହି ଦୌଡରେ ଜଣାଶୁଣା ଆଲୁମିନିୟମ କମ୍ପାନୀ ବେଦାନ୍ତ ଆଗରେ ରହିଛି | ବାସ୍ତବରେ ସରକାର ବିପିସିଏଲରେ ଅଂଶଧନ ବିକ୍ରି କରି ୪୫ ହଜାର କୋଟି ଟଙ୍କା ପାଇପାରିବେ। ସରକାର ଏହାର ୫୨.୯୮ ପ୍ରତିଶତ ଅଂଶଧନ ବିକ୍ରି କରୁଛନ୍ତି।

ଏଥିପାଇଁ ତିନୋଟି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ତେବେ ବେଦାନ୍ତ ୫୯ ହଜାର କୋଟି ଟଙ୍କାର ଟେଣ୍ଡର କରିଛି । କେବଳ ଏତିକି ନୁହେଁ, ବିପିସିଏଲ ଅଧିଗ୍ରହଣ ପାଇଁ ବେଦାନ୍ତ ୮ ବିଲିୟନ ଡ଼ଲାର କିମ୍ବା ପ୍ରାୟ ୫୯,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ଆରମ୍ଭ କରିଦେଇଛି । ବେଦାନ୍ତ ଋଣ ନେବା ପାଇଁ ଅନେକ ବ୍ୟାଙ୍କ ସହିତ ଆଲୋଚନା କରୁଥିବାବେଳେ ପୂର୍ବରୁ ବେଦାନ୍ତ କେୟରନ ଇଣ୍ଡିଆ ମାଧ୍ୟମରେ ତୈଳ ଓ ଗ୍ୟାସ ବ୍ୟବସାୟରେ ରହିଛି ।

ତେବେ କେବଳ ବେଦାନ୍ତ ଏତେ ବଡ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇପାରିବ କି , ଏହାକୁ ନେଇ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଗତ ମାସରେ, ବେଦାନ୍ତ ବିପିସିଏଲ୍ କିଣିବା ପାଇଁ ଏକ୍ସପ୍ରେସନ୍ ଅଫ୍ ଇଂଟରେଷ୍ଟ ଟେଣ୍ଡର କରିଥିଲା। ବେଦାନ୍ତ ବ୍ୟତୀତ ଆମେରିକାର ଦୁଇଟି କମ୍ପାନୀ ମଧ୍ୟ ଏଥିପାଇଁ ଟେଣ୍ଡର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe