ମାତ୍ର ତିନି ମାସରେ ବେଦାନ୍ତ ଗ୍ରୁପର ବଜାର ପୁଞ୍ଜି ୨.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟାକୁ ବି ପଛରେ ପକାଇଲା

Advertisment
ସ୍କ୍ରାପ୍ ଡିଲର୍‌ରୁ ୯୬,୫୫୪ କୋଟି କଂପାନିର ମାଲିକ

The Economic Times

ମୁମ୍ବାଇ: ସାଧାରଣ ନିର୍ବାଚନ ପରେ ପୁଞ୍ଜି ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ପ୍ରତିହତ କରି ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି । ଏପରିକି ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ମହିନ୍ଦ୍ରା ଗ୍ରୁପ ଓ ଟାଟା ଗ୍ରୁପ୍ଠାରୁ ଏହାର ବଜାର ପୁ୍ଞ୍ଜି ଅଧିକ ଦ୍ରୁତଗତିରେ ବୃଦ୍ଧି ପାଇଛି ।

୨୦୨୪ ମାର୍ଚ୍ଚ ୨୮ରୁ ଜୁନ୍ ୨୦ ମଧ୍ୟରେ ବେଦାନ୍ତ ଗ୍ରୁପର ବଜାର ପୁ୍ଞ୍ଜି ପରିମାଣ ୨.୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ସେହି ସମୟରେ ଆଦାନି ଗ୍ରୁପ ଓ ମହିନ୍ଦ୍ରା ଗ୍ରୁପର ବଜାର ପୁଞ୍ଜି ୧.୪ ଲକ୍ଷ କୋଟି ଟଙ୍କା ଲେଖାଏଁ ବଢ଼ିଥିବା ବେଳେ ଟାଟା ଗ୍ରୁ୍ର ବଜାର ପୁଞ୍ଜିରେ ୬୦,୬୦୦ କୋଟି ଟଙ୍କାର ବୃଦ୍ଧି ଘଟିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜି ୮୨୦୦ କୋଟି ଟଙ୍କା ହ୍ରାସ ପାଇଛି । ଏହି ପ୍ରଦର୍ଶନ ଯୋଗୁଁ ହିନ୍ଦୁସ୍ତାନ ଜିଙ୍କରେ ଥିବା ଭାରତ ସରକାରଙ୍କ ୨୯.୫ ପ୍ରତିଶତ ଅଂଶଧନ ପରିମାଣ ଦ୍ୱିଗୁଣିତ ହୋଇ ୮୦୦୦୦ କୋଟି ଟଙ୍କା ହୋଇଛି ।

୨୦୨୪ ଜୁନ୍ ୨୦ ସୁଦ୍ଧା ବେଦାନ୍ତ ଗ୍ରୁପ୍ର ବଜାର ପୁ୍ଞ୍ଜି ପରିମାଣ ୪,୪୮,୪୫୪.୨ କୋଟି ଟଙ୍କା ରହିଥିବା ବେଳେ ମହିନ୍ଦ୍ରା ଗ୍ରୁପର ୫,୫୭,୭୯୭.୭ କୋଟି ଟଙ୍କା, ଆଦାନି ଗ୍ରୁପର ୧୭,୩୪,୫୦୩ କୋଟି ଟଙ୍କା, ଟାଟା ଗ୍ରୁପ୍ର ୩୦,୬୩,୮୧୦ କୋଟି ଟଙ୍କା ଏବଂ ରିଲାଏନ୍ସ ଗ୍ରୁପ୍ର ବଜାର ପୁଞ୍ଜି ପରିମାଣ ୨୨, ୬୭,୩୩୧ କୋଟି ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe