ଭାରତ ପାଇଁ କିଲୋ ପିଛା ୯୦୦ ଟଙ୍କାରୁ ୩୮୦ ଟଙ୍କାକୁ କମିଲା ଟମାଟୋର ମୂଲ୍ୟ!

ଭାରତ ପାଇଁ କିଲୋ ପିଛା ୯୦୦ ଟଙ୍କାରୁ ୩୮୦ ଟଙ୍କାକୁ କମିଲା ଟମାଟୋର ମୂଲ୍ୟ!

କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ମଧ୍ୟ ଶିଖରରେ ରହିଛି। ତେବେ ପୂର୍ବ ମାସ ତୁଳନାରେ କିଛି ପନିପରିବାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ତେବେ ଏହି ଦରଦାମ କମିବା ପଛରେ ଭାରତର ସହଯୋଗ ରହିଛି। ମିଳିଥିବା ସୂଚନା ମୁତାବକ ସାର ଓ କୀଟନାଶକ ଅଭାବ ଯୋଗୁଁ ଶ୍ରୀଲଙ୍କାରେ ବହୁମାତ୍ରାରେ ପନିପରିବା ନଷ୍ଟ ହୋଇଯାଉଥିଲା | କିନ୍ତୁ ଠିକ ସମୟରେ ଭାରତରୁ ଶ୍ରୀଲଙ୍କାକୁ ୟୁରିଆ ଏବଂ କୀଟନାଶକ ଔଷଧ ପଠାଯାଇଥିଲା, ଯାହାଦ୍ୱାରା ପନିପରିବା ଆଉ ନଷ୍ଟ ହୋଇନଥିଲା ଏବଂ ଉତ୍ପାଦନ ଭଲ ହୋଇପାରିଥିଲା। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ଭାରତରୁ ଯାଉଥିବାବେଳେ ଯାହା ସାହାଯ୍ୟରେ କ୍ଷେତରୁ ସୁବିଧାରେ ପନିପରିବା ବଜାର ପର୍ଯ୍ୟନ୍ତ ପହଞ୍ଚିପାରୁଛି |

ଉଦାହରଣ ସ୍ୱରୂପ, ଆଳୁ ଏବଂ ପିଆଜ ହେଉଛି ଏପରି ପନିପରିବା, ଯାହାର ମୂଲ୍ୟ ବହୁତ ଅଧିକ ଥିଲା, କିନ୍ତୁ ଭାରତରୁ ପେଟ୍ରୋଲ ଓ ଡିଜେଲ ଆସିବା ହେତୁ ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି | ଏବେ ଜାଣନ୍ତୁ ଭାରତର ପ୍ରତ୍ୟକ୍ଷ ଓ ପରୋକ୍ଷ ସାହାଯ୍ୟ ଦ୍ୱାରା କିଭଳି ପରିବା ମୂଲ୍ୟ କମିବାରେ ଲାଗିଛି | ପିଆଜ ବର୍ତ୍ତମାନ କିଲୋଗ୍ରାମ ପିଛା ୨୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ମେ ମାସରେ ଏହା କିଲୋଗ୍ରାମ ପିଛା ୩୪୦ ଟଙ୍କାରେ ବିକ୍ରି ହେଉଥିଲା |

ସେହିପରି ଟମାଟୋ ବର୍ତ୍ତମାନ କିଲୋଗ୍ରାମ ପିଛା ୩୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ମେ ମାସରେ କିଲୋଗ୍ରାମ ପିଛା ୯୦୦ ଟଙ୍କାରେ ବିକ୍ରି ହେଉଥିଲା | ସେହିପରି କ୍ୟାପସିକମ ବର୍ତ୍ତମାନ କିଲୋଗ୍ରାମ ପିଛା ୭୫୦ ଟଙ୍କା ଥିବାବେଳେ ମେ ମାସରେ କିଲୋଗ୍ରାମ ପିଛା ୧୧୦୦ ଟଙ୍କା ଥିଲା | କୋବି ବର୍ତ୍ତମାନ କିଲୋଗ୍ରାମ ପିଛା ୮୦୦ ଟଙ୍କା ଥିବାବେଳେ ମେ ମାସରେ କିଲୋଗ୍ରାମ ପିଛା ୧୪୦୦ ଟଙ୍କା ଥିଲା | ବ୍ରୋକୋଲି ବର୍ତ୍ତମାନ କିଲୋଗ୍ରାମ ପିଛା ୨୪୦୦ ଟଙ୍କା ଥିବାବେଳେ ମେ ମାସରେ କିଲୋଗ୍ରାମ ପିଛା ୩ ହଜାର ଟଙ୍କା ଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe