ଅକ୍ଟୋବରରେ ଗାଡ଼ି ପଞ୍ଜୀକରଣ ୫% ବଢ଼ିଲା, କମ୍ ସିସି ବାଇକ୍‌ ଚାହିଦା ହ୍ରାସ

Advertisment

ନୂଆ ମଡେଲ୍‌ କା୍‌ର ବିକ୍ରି ଅଧିକ, ଭାରି ଯାନ ବିକ୍ରି ନିରୁତ୍ସାହଜନକ

ନୂଆ ମଡେଲ୍‌ କା୍‌ର ବିକ୍ରି ଅଧିକ, ଭାରି ଯାନ ବିକ୍ରି ନିରୁତ୍ସାହଜନକ

ଅକ୍ଟୋବରରେ ଗାଡ଼ି ପଞ୍ଜୀକରଣ ୫% ବଢ଼ିଲା, କମ୍ ସିସି ବାଇକ୍‌ ଚାହିଦା ହ୍ରାସ

accessmotorstocking.com

ନୂଆଦିଲ୍ଲୀ: ଉତ୍ସବ ଋତୁରେ ଗ୍ରାହକମାନେ ଅଧିକ ଗାଡ଼ି କିଣିବାରୁ ଗତ ଅକ୍ଟୋବରରେ ସାରା ଦେଶରେ ଗାଡ଼ି ପଞ୍ଜୀକରଣରେ ୫.୧୧ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଅଧିକ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଫାଡା ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ଦେଶରେ୧୪ ଲକ୍ଷ ୧୩ ହଜାର ୫୪୯ଟି ଗାଡ଼ି ବିକ୍ରି ହୋଇଛି। ସେଥି ମଧ୍ୟରୁ ୧୦,୪୧,୬୮୨ଟି ହେଉଛି ଦୁଇଚକିଆ, ୨୨,୩୮୧ଟି ତିନିଚକିଆ, ୪୪,୪୮୦ଟି ବାଣିଜ୍ୟିକ ଯାନ, ୨,୩୯,୮୬୦ଟି କାର୍ ଏବଂ ୫୫,୧୪୬ଟି ଟ୍ରାକ୍ଟର ବିକ୍ରି ହୋଇଛି। କିନ୍ତୁ ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ୨୩.୯୯ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଗତବର୍ଷ ଅକ୍ଟୋବର ମାସରେ ଉଭୟ ନବରାତ୍ରୀ ଏବଂ ଦୀପାବଳି ପର୍ବ ପଡ଼ିଥିଲା। ଏଥର କେବଳ ନବରାତ୍ରୀ ଅକ୍ଟୋବର ମାସରେ ପାଳନ କରାଯାଇଛି। ଗତବର୍ଷ ଅକ୍ଟୋବରରେ ଦେଶରେ ୧୮ ଲକ୍ଷ ୫୯ ହଜାର ୭୦୯ଟି ଗାଡ଼ି ବିକ୍ରି ହୋଇଥିଲା। ସେଥି ମଧ୍ୟରୁ ୧୪, ୨୩,୩୯୪ଟି ଥିଲା ଦୁଇଚକିଆ, ୬୩,୦୪୨ଟି ତିନିଚକିଆ, ୬୩,୮୩୭ଟି ବାଣିଜ୍ୟିକ ଯାନ, ୨,୭୩,୯୮୦ଟି କାର୍‌ ଏବଂ ୩୫,୪୫୬ଟି ଥିଲା ଟ୍ରାକ୍ଟର। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୫୫.୩୫ ପ୍ରତିଶତ ଅଧିକ ଟ୍ରାକ୍ଟର ବିକ୍ରି ହୋଇଛି।

ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ କାର୍‌ କ୍ଷେତ୍ରରେ ଗ୍ରାହକମାନେ ନୂତନ ଭାବେ ଉନ୍ମୋଚିତ ହୋଇଥିବା ମଡେଲ୍‌ଗୁଡ଼ିକୁ ଅଧିକ ଗ୍ରହଣ କରିଛନ୍ତି। ଦୁଇ ଚକିଆ ଯାନ ବଜାରରେ କମ୍ ସିସି ବା ଏଣ୍ଟ୍ରି ଲେବଲ୍ ବାଇକ୍‌ର ଚାହିଦା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରିହାତିର ମାତ୍ରା ମଧ୍ୟ କମ୍ ରହିଥିଲା। ଯେଉଁଗାଡ଼ି ଅଧିକ ବିକ୍ରି ହେଉଥିଲା ତାହାର ପର୍ଯ୍ୟାପ୍ତ ପରିମାଣର ଷ୍ଟକ ଡିଲରମାନଙ୍କ ପାଖରେ ନଥିଲା। ଯେଉଁ ମଡେଲ୍‌ଗୁଡ଼ିକର ଷ୍ଟକ୍‌ ଥିଲା ତାହାର ଚାହିଦା ନଥିଲା। ଗ୍ରାହକମାନେ ଅକ୍ଟୋବରରେ କ୍ଷୁଦ୍ର ବାଣିଜ୍ୟିକ ଯାନ ଅଧିକ କିଣିଛନ୍ତି। କିନ୍ତୁ ମଧ୍ୟମ ଏବଂ ଭାରି ବାଣିଜ୍ୟିକ ଯାନ ବିକ୍ରି ନିରୁତ୍ସାହଜନ ରହିଛି ‌ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe