ଓଡ଼ିଶା ସହ ବାଣିଜ୍ୟ ସହଯୋଗିତା ବଢ଼ାଇବ ଭିଏତ୍‌ନାମ

Advertisment
ଓଡ଼ିଶା ସହ ବାଣିଜ୍ୟ ସହଯୋଗିତା ବଢ଼ାଇବ ଭିଏତ୍‌ନାମ

ଭୁବନେଶ୍ବର,: ଓଡ଼ିଶାର ସହିତ ନିଜର ବାଣିଜ୍ୟ ସମ୍ପର୍କକୁ ବଢ଼ାଇବାକୁ ଚାହୁଛି ଭିଏତ୍‌ନାମ। ପୁଞ୍ଜିନିବେଶ, କୃଷି, ଅାର୍ଥିକ ବ୍ୟାପାର, ବର୍ହିବ୍ୟାପାର, ସୂଚନା ପ୍ରଯୁକ୍ତି ଓ ଶିଳ୍ପ ପାର୍କ ଭଳି କ୍ଷେତ୍ରରେ ବ୍ୟବସାୟ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଭିଏତ୍‌ନାମ।
ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଇଣ୍ଡୋ‌-ଭିଏତ୍‌ନାମ କୋଅପରେସନ୍ ‌େସଣ୍ଟର୍‌ (ଆଇଭିସିସି), ଭୁବନେଶ୍ବର ଓ ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ (ଓଏସ୍‌ପିସି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଭିଏତ୍‌ନାମର ହଉ ଗିଆଙ୍ଗ୍‌ ପ୍ରଦେଶର ମୁଖ୍ୟ ହୁୟାନ୍ ଥାନ୍ ତାଓ ଓଡ଼ିଶା ସହିତ ବ୍ୟବସାୟ ସମ୍ପର୍କ ବଢ଼ାଇବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ହଉ ଗିଆଙ୍ଗ୍‌ ଓ ଓଡ଼ିଶା ମଧ୍ୟରେ କୃଷି, ସାମୁଦ୍ରିକ ଜୀବ, ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବ୍ୟାବସାୟିକ ସହଯୋଗିତା ବୃଦ୍ଧି ପାଇବାର ଅନେକ ସ‌ୁଯୋଗ ରହିଛି ବୋଲି ସେ କହିଛନ୍ତି।
ଭିଏତ୍‌ନାମରେ ଥିବା ବ୍ୟବସାୟ ସୁଯୋଗ ସନ୍ଧାନ କରିବା ପାଇଁ ଆସନ୍ତା ‌ବର୍ଷ ଜାନୁଆରିରେ ଏକ ବ୍ୟବସାୟ ପ୍ରତିନିଧି ଦଳ ଭିଏତ୍‌ନାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିିଛି। ଏହି ଅବସରରେ ଆଖୁ ରସରୁ ଏଥିଲିନ୍ ବାହାର କରିବାକୁ ନେଇ ଆଇଭିସିସି ଓ ହଉ ଗିଆଙ୍ଗ୍‌ ପ୍ରଦେଶ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଆସନ୍ତାକାଲି ଭିଏତ୍‌ନାମର ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ଆଇଭିସିସିର ସାଧାରଣ ସମ୍ପାଦକ ଡକ୍ଟର ଅଭିନ୍ନ ହୋତା, ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ, ଓଏସ୍‌ପିସିର ଅଧ୍ୟକ୍ଷ ଅବସର ବେଉରିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe