ବିଜୟ ଶେଖର ଶର୍ମା ପୁଣି ପେଟିଏମ୍‌ର ସିଇଓ ହେଲେ

Advertisment
ବିଜୟ ଶେଖର ଶର୍ମା ପୁଣି ପେଟିଏମ୍‌ର ସିଇଓ ହେଲେ

BusinessTimes

ନୂଆଦିଲ୍ଲୀ: ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପୁଣି ଥରେ କମ୍ପାନିର ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଶନିବାର ଷ୍ଟକ ଏକ୍ସଚେଞ୍ଜକୁ କମ୍ପାନି ଏହି ସୂଚନା ଦେଇଛି। ୨୦୨୨ ଡିସେମ୍ବର ୧୯ ତାରିଖରୁ ଆସନ୍ତା ୫ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ରହିବ। ଏଥିସହିତ କମ୍ପାନିର ଚିଫ୍‌ ଫାଇନାନ୍ସିଆଲ ଅଫିସର (ସିଏଫ୍‌ଓ) ମଧୁର ଦେଓରାଙ୍କୁ କମ୍ପାନିର ଅତିରିକ୍ତ ନିର୍ଦ୍ଦେଶକଭାବେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି ଅବଧି ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିସହିତ କମ୍ପାନି ସାଧାରଣ ବୀମା ବ୍ୟବସାୟରେ ୯୫୦ କୋଟି ଟଙ୍କା ନିବେଶ କରିବା ନେଇ ଘୋଷଣା କରିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ କମ୍ପାନି ଏହି ରାଶି ନିବେଶ କରିବ। ଫଳରେ ପେଟିଏମ ଜେନେରାଲ ଇନସ୍ୟୁରାନ୍ସ ଲିମିଟେଡର କମ୍ପାନିର ୭୪ ପ୍ରତିଶତ ଅଂଶଧନ ରହିବ। ଉକ୍ତ ନିବେଶ ପରେ ପିଜିଆଇଏଲ ପେଟିଏମର ସହାୟକ କମ୍ପାନି ହେବ। ଗତ ଆର୍ଥିକ ବର୍ଷର ଶେଷ ତିନିମାସରେ କମ୍ପାନିର ନିଟ୍‌ କ୍ଷତି ୭୬୧.୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୦୨-୨୧ ଆର୍ଥିକ ବର୍ଷର ଶେଷ ତିନିମାସରେ କମ୍ପାନିର ନିଟ୍ କ୍ଷତି ୪୪୧.୮ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe