ଗୁୁଗୁଲ୍‌ ଏବଂ ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ କଟିଲା ସାର୍‌ହା ଆପ୍‌

Advertisment
ଗୁୁଗୁଲ୍‌ ଏବଂ ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ କଟିଲା ସାର୍‌ହା ଆପ୍‌

ଫନ୍‌ ଆପ୍‌ ସାର୍‌ହା ଦ୍ୱାରା ବହୁ ଅପରାଧିକ କାର୍ଯ୍ୟ ହୋଇପାରୁଛି ବୋଲି ଚିନ୍ତା କରି ଗୁୁଗୁଲ୍‌ ଏବଂ ଆପେଲ୍‌ ଏହି ଆପ୍‌କୁ ସେମାନଙ୍କର ଆପ୍‌ ଷ୍ଟୋର୍‌ରୁ କାଟି ଦେଇଛନ୍ତି। ଆପଟି ଅସଦାଚରଣ ଏବଂ ବଦନାମ ବୃଦ୍ଧି କରୁଛି ବୋଲି ବିଭିନ୍ନ ଅଭିଯୋଗ ଆସିବା ପରେ ବିଶ୍ୱ ସ୍ତରୀୟ ଏହି ଦୁଇ କମ୍ପାନି ନିଜର ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି। ସାର୍‌ହାକୁ ଆପ୍‌ ଷ୍ଟେର୍‌ରୁ ହଟାଇବା ପାଇଁ ଯେଉଁ ଜାଚିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ପ୍ରାୟ ଅଧା ମିଲିୟନ୍‌ ଲୋକ ଜାଚିକାକୁ ସମର୍ଥନ କରି ହସ୍ତାକ୍ଷର କରିଥିବାର ଜାଣିବାକୁ ମିଳିଛି। ଶେଷରେ ଆପ୍‌ଟିକୁ ଆପ୍‌ ଷ୍ଟୋର୍‌ରୁ ପୂରାପୂରି ଭାବେ ହଟାଇ ଦିଆଯାଇଛି।

publive-image

ଉଲ୍ଳେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ସାରାହ୍‌ ଲଞ୍ଚ ହୋଇଥିଲା। ଖୁବ୍‌ ଶୀଘ୍ର ଏହି ଆପ୍‌ଟି ପୂରା ବିଶ୍ୱରେ ଲୋକପ୍ରିୟ ହୋଇଗଲା। ଧୀରେ ଧୀରେ ଲୋକେ ଆପ୍‌ଟିର ଅପବ୍ୟବହାର କରିବାରେ ଲାଗିଲେ। ନିଜର ପରିଚୟ ଲୁଚାଇ ହେଉଥିବାର ସୁଯୋଗ ନେଇ ଯିଏ ଯାହାକୁ ଯାହା ବି ପାଇଲେ ଲେଖି ପଠାଇଲେ। ଏଠାରେ ଜଣାଇ ଦେଉଛୁ ଯେ, ଆରବ୍‌ରେ ସାର୍‌ହା ଶବ୍ଦର ଅର୍ଥ ସାଧୁତା। ସାର୍‌ସାର ନିର୍ମାତା ଭାବିଥିଲେ କି ଲୋକେ ସାଧୁତାର ସହ ଜଣେ ଅନ୍ୟ ଜଣକ ଉପରେ ମତ ରଖିବେ। ମାତ୍ର ସେପରି ଘଟିଲା ନାହିଁ। ଅନେକ ଲୋକେ ଆପ୍‌ଟିର ଭୁଲ୍‌ ବ୍ୟବହାର କରି ତାହାକୁ ବଦ୍‌ନାମ କରିବାରେ ଲାଗିପଡ଼ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe