ବିନା ପିନ୍‌ରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ ପଠାଇହେବ

Advertisment
ବିନା ପିନ୍‌ରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ ପଠାଇହେବ

ନୂଆଦିଲ୍ଲୀ : ଆମ ଦେଶ ଏବେ କ୍ୟାସଲେସ ଅର୍ଥନୀତି ଆଡକୁ ଯାଉଥିବାବେଳେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପେମେଣ୍ଟ ବ୍ୟବସ୍ଥା ବାହାରି ଚାଲିଛି । ସହଜରେ ଅଳ୍ପ ସମୟରେ ଲୋକମାନଙ୍କ ପାଖକୁ ପେମେଣ୍ଟ ପଠାଇବା ସମ୍ଭବ ହୋଇପାରୁଛି । ତଥାପି ଏଗୁଡ଼ିକର ଜଟିଳ ପ୍ରକ୍ରିୟାକୁ ବୁଝିବା ପାଇଁ ସାଧାରଣଲୋକ ଟିକିଏ ସମୟ ଲାଗୁଛି । ହାରାହାରି ଗୋଟିଏ କ୍ୟାସଲେସ ପେମେଣ୍ଟ କରିବାକୁ ପ୍ରାୟ ୧ରୁ ୨ ମିନିଟ ଲାଗୁଛି । କିନ୍ତୁ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ କ୍ୟାସଲେସ ପେମେଣ୍ଟ ବ୍ୟବସ୍ଥା ଅଧିକ ସରଳ ହୋଇଯାଇଛି । ମାତ୍ର ୨ରୁ ୩ ସେକେଣ୍ଡରେ ପେମେଣ୍ଟ ପଠାଇ ହେଉଛି । ଫଳରେ କାଉଣ୍ଟର ଆଗରେ ଅଧିକ ସମୟ ଧରି ଲାଇନ୍‌ରେ ରହିବାର କୌଣସି ଆବଶ୍ୟକତା ରହୁନାହିଁ। ତେଣୁ ଅଧିକରୁ ଅଧିକ ଲୋକ ଏବେ ଏହାକୁ ପସନ୍ଦ କରୁଛନ୍ତି ।

ଏହିପରି ଏକ କଣ୍ଟାକ୍ଟଲେସ ପେମେଣ୍ଟ ବ୍ୟବସ୍ଥା ହେଉଛି ଭିସା ପେ ୱେଭ । ଏହା ଦ୍ୱାରା ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇପାରିବ । କାର୍ଡ ହୋଲଡରଙ୍କୁ ସେମାନଙ୍କର ଗ୍ରାହକ ଟାକ୍ଟଲେସ୍‌ କାର୍ଡ ବ୍ୟବହାର କରିବାକୁ ହେବ। ସେଥିରେ ପିନ୍‌ କିମ୍ବା ଟ୍ରାନଜାକ୍ସନ ରିସିପ୍ଟ ସାଇନ୍‌ କରିବାକୁ ପଡ଼ିବ ନାହିଁ। ୨୦୦୦ ଟଙ୍କାରୁ ଅଧିକ କାରବାର ଲାଗି ପିନ୍‌ରେ ସୁରକ୍ଷା ଦୃଷ୍ଟିରୁ ଅନେକ ତଥ୍ୟ ପଚରା ଯାଇଥାଏ। କାରବାର ସମୟରେ ମେସିନ୍‌ରେ ଏକ୍ସଏକ୍ସ୍‌ଏକ୍ସ୍‌ ସଙ୍କେତ ଆସିଥାଏ। ଏହା ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ ହୋଇଥାଏ। ତଥା କେୱାଇସି ପଲିସି ଆଧାରରେ ସମସ୍ତ ତଥ୍ୟ ସଂଗୃହୀତ ହୋଇଥାଏ । ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡକୁ ଚିପ୍‌ ବେସଡ୍‌ କାର୍ଡରେ ପରିଣତ କରିବା ଲାଗି ଅନ୍ତିମ ତାରିଖ ୨୦୧୮ ଡିସେମ୍ବର ୩୧ ଧାର୍ଯ୍ୟ କରିଛି । ଏହା ଦେଶର ୨୩ଟି ବ୍ୟାଙ୍କରେ କାର୍ଯ୍ୟକାରୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe