କରୋନା ଭାଇରସ୍‌: ବିମାନ ଭିତରେ ଗୁଡ଼ାଏ ସେବା ବନ୍ଦ କରିବ ଭିସ୍ତାରା ଏୟାର୍‌ଲାଇାନ୍‌

Advertisment
କରୋନା ଭାଇରସ୍‌: ବିମାନ ଭିତରେ ଗୁଡ଼ାଏ ସେବା ବନ୍ଦ କରିବ ଭିସ୍ତାରା ଏୟାର୍‌ଲାଇାନ୍‌

www.businesstoday.in

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଉପରେ ଅଙ୍କୁଶ ଲଗାଇବା ପାଇଁ ଭିସ୍ତାରା ଏୟାର୍‌ଲାଇନ୍ ବିମାନ ମଧ୍ୟରେ କିଛି ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି। ବିମାନ ମଧ୍ୟରେ ବିକ୍ରି, ସ୍ବାଗତ ପାନୀୟ, ଗରମ ମିଲ୍‌, ଷ୍ଟାର୍‌ବକ୍ସ କଫି ଆଦି ବିମାନ ଭିତରେ ବନ୍ଦ କରିବାର ଯୋଜନା କରିଛି। ମାତ୍ର ସରକାରଙ୍କ ପକ୍ଷରୁ ଏପରି ସବୁ ସେବାକୁ ନେଇ ସେପରି କୌଣସି କଟକଣା ନାହିଁ।

ଏୟାର୍‌ଲାଇନ୍‌ ପକ୍ଷରୁ କୁହାଯାଇଛି, ‘ପୂର୍ବରୁ ଦିଆଯାଉଥିବା ପାନୀୟ ସେବାକୁ ବନ୍ଦ କରାଯାଇ ତା’ ବଦଳରେ ୨୦୦ଏମ୍‌ଏଲ୍‌ର ସିଲ୍‌ଡ ପାଣି ଦିଆଯିବ। ମୃଦୁ ପାନୀୟ ସେବା କେବଳ ପ୍ରିମିୟମ୍‌ ଇକୋନୋମି ଏବଂ ଇକୋନୋମି କ୍ୟାବିନ୍‌ରେ ଦିଆଯିବ।

ପୂର୍ବ ପରି ଆଉ ମନ ଇଚ୍ଛା ଖାଦ୍ୟ ବରାଦ କରିବାର ସୁବିଧା ବିମାନ ମଧ୍ୟରେ ଉପଲବ୍ଧ ହେବ ନାହିଁ। ସୀମିତ ଖାଦ୍ୟ ଭିତରକୁ ଯାତ୍ରୀଙ୍କୁ ଖାଦ୍ୟ ପସନ୍ଦ କରିବାକୁ ପଡ଼ିବ।

ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର୍‌ଲାଇନ୍‌ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ମଣିଷଙ୍କୁ ସ୍ପର୍ଶ କରି ଯୋଗାଇ ଦିଆ ଯାଉଥିବା ସେବାକୁ ୮୦ ପ୍ରତିଶତ କମାଇବାକୁ ଭିସ୍ତାର ଚିନ୍ତା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe