Vitara Launched: ଇ-ଭିଟାରାର ମୂଲ୍ୟ ଘୋଷଣା,୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ

Advertisment

ଦେଶର ସର୍ବବୃହତ୍‌ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ଇଲେକ୍ଟ୍ରିକ ଏସ୍‌ୟୁଭି ଇ-ଭିଟାରାର ମୂଲ୍ୟ ଆଜି ଘୋଷଣା କରିଛି। ବ୍ୟାଟେରି-ଆଜ୍‌-ଏ-ସର୍ଭିସ ମଡେଲ୍‌ ବିଶିଷ୍ଟ ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।

ଦେଶର ସର୍ବବୃହତ୍‌ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ଇଲେକ୍ଟ୍ରିକ ଏସ୍‌ୟୁଭି ଇ-ଭିଟାରାର ମୂଲ୍ୟ ଆଜି ଘୋଷଣା କରିଛି। ବ୍ୟାଟେରି-ଆଜ୍‌-ଏ-ସର୍ଭିସ ମଡେଲ୍‌ ବିଶିଷ୍ଟ ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।

Untitled-20.jpg

Photograph: (google)

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍‌ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ଇଲେକ୍ଟ୍ରିକ ଏସ୍‌ୟୁଭି ଇ-ଭିଟାରାର ମୂଲ୍ୟ ଆଜି ଘୋଷଣା କରିଛି। ବ୍ୟାଟେରି-ଆଜ୍‌-ଏ-ସର୍ଭିସ ମଡେଲ୍‌ ବିଶିଷ୍ଟ ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। କମ୍ପାନି ବ୍ୟାଟେରି ବ୍ୟବହାର ବାବଦରେ କିଲୋମିଟର ପିଛା ୩ ଟଙ୍କା ୯୯ ପଇସା ଅତିରିକ୍ତ ନେବ। ମାରୁତି ସୁଜୁକି ଗତ ଡିସେମ୍ବରରେ ଇ-ଭିଟାରାର ଉନ୍ମୋଚନ କରିଥିଲା। କମ୍ପାନି ଯଦିଓ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ବୋଲି ଘୋଷଣା କରିଛି ତଥାପି ଅନ୍ୟାନ୍ୟ ମଡେଲର ମୂଲ୍ୟ ସଂପର୍କରେ କିଛି ସୂଚନା ଦେଇନାହିଁ। ୨୦୨୫ ଅଗଷ୍ଟରେ ଏହି କାର୍‌ର ଉତ୍ପାଦନ ଆରମ୍ଭ ହୋଇଛି। ୨୦୨୫ ଶେଷ ସୁଦ୍ଧା କମ୍ପାନି ୨୮ଟି ଦେଶକୁ ପାଖାପାଖି ୧୩ ହଜାର ଇ-ଭିଟାରା ରପ୍ତାନି କରିଛି। ସୁଜୁକି ମୋଟର କର୍ପୋରେସନ ଦ୍ବାରା ଟୟୋଟା ସହଯୋଗରେ ଏହି ମଡେଲ ଗାଡ଼ିର ବିକାଶ କରାଯାଇଛି। ତେବେ ଏହାର ଉତ୍ପାଦନ ଭାରତରେ କରାଯାଉଛି। ଇ-ଭିଟାରାର ରେଞ୍ଜ ୫୪୩ କିମି ପର୍ଯ୍ୟନ୍ତ ରହିଥିବା ଦାବି କରଯାାଇଛି। ଡେଲ୍‌ଟା, ଜେଟା ଏବଂ ଆଲ୍‌ଫା ଭଳି ୩ଟି ଭାରିଆଣ୍ଟ୍‌ରେ ଏହି ଗାଡ଼ି ବଜାରକୁ ଆସିବ। ସେହିଭଳି ୪୯ କେଡବ୍ଲୁଏଚ୍‌ ଏବଂ ୬୧ କେଡବ୍ଲୁଏଚ୍‌ ବିକଳ୍ପ ଭଳି ଦୁଇଟି ବ୍ୟାଟେରି ପ୍ୟାକ୍‌ ଏଥିରେ ରହିବ।

ଆହୁରି ପଢ଼ନ୍ତୁ: ଜାନୁଆରିରେ ଆମଦାନି ୧୮.୭୭ ପ୍ରତିଶତ ବୃଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe