୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୭୨ ଘଣ୍ଟିଆ ଅଫର ଛାଡ଼ିଲା ଭିଭୋ

ପୁରୁଣା ସ୍ମାର୍ଟଫୋନକୁ ନୂଆ ଭିଭୋ ସ୍ମାର୍ଟଫୋନରେ ଅପଗ୍ରେଡ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କଲା ଭିଭୋ

ନୂଆଦିଲ୍ଲୀ: ଚାଇନିଜ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ୭୨ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରାଯିବ ।ଏହା ଅଗଷ୍ଟ ୭ ତାରିଖରୁ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ। ୭୨ ଘଣ୍ଟାର ଏହି ସ୍ୱତନ୍ତ୍ର ସେଲ୍‌ର ଆରମ୍ଭ ୬ ତାରିଖ ମଧ୍ୟ ରାତ୍ରରୁ ହେବ। ଏହି ଅବସରରେ ଭିଭୋର ବଛା ବଛା ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ରିହାତି, କୁପନ ଡିଲ୍‌, କ୍ୟାସବ୍ୟାକ୍‌ ଅଫର ଆଦି ଉପଲବ୍ଧ ହେବ। ଏହି ଅବସରରେ ଭିଭୋର ଭି-୯ ଏବଂ ନେକ୍ସ୍‌ ୧୯୪୭ ଟଙ୍କାରେ ଉପଲବ୍ଧ ହେବା ସହିତ ଇୟର ଫୋନ୍‌, ୟୁଏସ୍‌ବି ୱେର ସାଟ୍‌ ଆଦି ଆସେସୋରିଜ୍‌ ଆକର୍ଷଣୀୟ ୭୨ ଟଙ୍କାରେ ଉପଲବ୍ଧ ହେବ। ଏହି ତିନି ଦିନର ମଧ୍ୟାହ୍ନ ୧୨ ଟାରେ ଏହି ସୁବିଧା ଉପଲବ୍ଧ ହେବ।

ଏହି ୭୨ ଘଣ୍ଟିଆ ଦିନିଆ କାର୍ଯ୍ୟକ୍ରମ ଅବସରରେ ସମସ୍ତ କ୍ରେଡିଡ୍‌ କାର୍ଡ କାରବାରରେ କେତେକ ବଛା ବଛା ମଡେଲ୍‌ ଉପରେ ୪୦୦୦ଟଙ୍କା ପର୍ଯ୍ୟନ୍ଚ କ୍ୟାସ୍‌ ବ୍ୟାକ୍‌ ଅଫର ପ୍ରଦାନ କରାଯିବ। ଏହା ସହିତ ଅତିରିକ୍ତ ଭାବେ ୧୨ ମାସର ଜିରୋ-କଷ୍ଟ ଇଏମ୍‌ଆଇ ସମସ୍ତ ଭିଭୋ ସ୍ମାର୍ଟଫୋନ୍‌ ଉପରେ ଉପଲବ୍ଧ ହେବ। ଏହି ଅବସରରେ ଗ୍ରାହକଙ୍କୁ ବ୍ଲୁଟୁଥ୍‌ ଇୟରଫୋନ୍‌ ୧୨୦୦ ଟଙ୍କାରେ ନେକ୍ସ, ଏକ୍ସ୍‌-୨୧ ଏବଂ ଭି-୯ କ୍ରୟ କଲେ ଯୋଗାଇ ଦିଆଯିବ।

କୁପନ ଡଢିଲ୍‌ ମଧ୍ୟରେ ଭିଭୋ ଇୟରଫୋନ ଏବଂ ୟୁଏସ୍‌ବି ୱେର କ୍ରୟ କଲେ ୫୦ ଟଙ୍କାର କୁପନ, ଭିଭୋ ପ୍ରିମିୟମ୍‌ ଇୟରଫୋନ୍‌ କ୍ରୟ କଲେ ୨୦୦ଟଙ୍କାର କୁପନ, ଭିଭୋ ଭି-୭ କ୍ରୟ କଲେ ୨୦୦୦ଟଙ୍କାର କୁପନ ଏବଂ ଭିଭୋ ଭି-୭ ପ୍ଲସ୍‌ କ୍ରୟ କଲେ ୩୦୦୦ଟଙ୍କାର ରିଡେମ୍‌ବୁଲ୍‌ କୁପନ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe