ନୂଆଦିଲ୍ଲୀ : ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ନୂଆ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ବଲିଉଡ୍ ଅଭିନେତା ସୁପରଷ୍ଟାର ଅମିର ଖାଁ ନିଯୁକ୍ତ କରାଯାଇଛି। ଭିଭୋର ଭବିଷ୍ୟତ ସମସ୍ତ ଆକ୍ଟିଭିଟି ପାଇଁ ଅମିର ଖାଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏଣିକି ଅମିରଙ୍କୁ ଭିଭୋର ନୂଆ ଟେଲିଭିଜନ କମର୍ସିଆଲ୍ରେ ଦେଖିବାକୁ ମିଳିବ ।
ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍ଓ କେନ୍ନି ଜେଙ୍ଗ୍ କହିଲେ, ‘ସୁପରଷ୍ଟାର ଅମିର ଖାଁଙ୍କ ସହିତ ଆମର ଚୁକ୍ତି ବେଶ୍ ସଫଳ ରହିବ। ଭିଭୋ ପକ୍ଷରୁ ସବୁବେଳେ ଅନନ୍ୟ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବାର ପ୍ରୟାସ କରାଯାଇଥାଏ । ଏପରି ଏକ ଅନନ୍ୟ ପ୍ରୟାସର ଘୋଷଣା କରି ଆମେ ବେଶ୍ ଆନନ୍ଦିତ। ଏହା ଆମର ଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବ। ଏହାଦ୍ୱାରା ଭାରତୀୟ ବଜାରରେ ଆମେ ବେଶ୍ ସଫଳ ରହିପାରିବୁ । ଏହି ଅବସରରେ ଅମିର ଖାଁ କହିଲେ, ‘ଭିଭୋ ଭଳି ଏକ ବ୍ରାଣ୍ଡ୍ ସହିତ ମିଳିତ ହୋଇଥିବାରୁ ମୁଁ ବେଶ୍ ଆନନ୍ଦିତ। ଆମର ଚୁକ୍ତି ବେଶ୍ ସଫଳ ରହିବ ବୋଲି ଆଶା ଓ ବିଶ୍ୱାସ। ଏହା ଦ୍ୱାରା ଭିଭୋର କାରବାର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିବ। ଭିଭୋ ଗତ କିଛି ବର୍ଷ ଧରି ରିଟେଲ୍ ଏବଂ ଇ-କମର୍ସ କ୍ଷେତ୍ରରେ କାରବାର ଜାରି ରଖିଥିବାବେଳେ ଆଇପିଏଲ୍ ଏବଂ ପ୍ରୋ କବାଡ଼ି ଲିଗ୍ ଆୟୋଜନ କ୍ଷେତ୍ରରେ ବେଶ୍ ଲୋକପ୍ରିୟ ହୋଇପାରିଛି । ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଭିଭୋର ଭାରତୀୟ ବଜାରରେ କାରବାର ୨୦୧୫ ମସିହାରେ ଆରମ୍ଭ କରିଥିଲା। ଏହା ଇତିମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍ ସେଣ୍ଟର ରହିଛି। କମ୍ପାନୀ ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ ।
Follow Us