ନିଜସ୍ୱ ଅନଲାଇନ୍ ଷ୍ଟୋର ଆରମ୍ଭ କଲା ଭିଭୋ

Advertisment
ନିଜସ୍ୱ ଅନଲାଇନ୍ ଷ୍ଟୋର ଆରମ୍ଭ କଲା ଭିଭୋ

ପୂର୍ବରୁ ଉଭୟ ଅନଲାଇନ ଓ ଅଫଲାଇନ ଚ୍ୟାନେଲରେ ବିକ୍ରି କରୁଥିବା ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ନିଜସ୍ୱ ଇ-ଷ୍ଟୋର ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ଗ୍ରାହକ ଜାନୁୟାରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ shop.vivo.com/in ସ୍ମାର୍ଟଫୋନ୍‌ କ୍ରୟ କରି ଏହି ଅଫର ପାଇପାରିବେ । ପୂର୍ବରୁ ଭାରତୀୟ ବଜାରରେ ମୋଟୋରୋଲା, ଓ୍ଵାନପ୍ଲସ, ସାଓମି ଓ ସାମସଙ୍ଗ ଆଦି ସମ୍ପାନିର ନିଜସ୍ୱ ଅନଲାଇନ ସପିଂ ସାଇଟ୍‌ ରହିଛି ।

ଏହି ଅନନ୍ୟ ଅଫର ଅଧିନରେ ଗ୍ରାହକଙ୍କୁ କେତେକ ବଛା ବଛା ସ୍ମାର୍ଟଫୋନ୍‌ ଉପରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ୧୨-ମାସର ଜିରୋ-କଷ୍ଟ ଇଏମ୍‌ଆଇ, ଭିଭୋ ଭି-୭ ଓ ଭି-୭ ପ୍ଲସ୍‌ ଉପରେ ୱାନ୍‌-ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସ୍‌ମେଣ୍ଟ ଆଦି ଉପଲବ୍ଧ ହେବ। ଏହା ସହିତ ଅତିରିକ୍ତ ଭାବେ ବୁକ୍‌ ମାଇଁ ଶୋ’ ମାଧ୍ୟମରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଆହୁରି ମଧ୍ୟ ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୨,୯୯୯ ଟଙ୍କାର ପ୍ରିମିୟମ ବ୍ଲୁଟୁଥ୍‌ ସ୍ପିକର ଜିଣିବାର ସୁଯୋଗ ମିଳିବ।

ଏସଂପର୍କରେ ଭିଭୋ ଇଣ୍ଡିଆର ମୁଖ୍ୟ ବିପଣନ ଅଧିକାରୀ କେନ୍ନି ଜେଙ୍ଗ୍‌ କହିଛନ୍ତି ଯେ ଏହି ଇ-ଷ୍ଟୋରରେ ସମସ୍ତ ସ୍ମାର୍ଟଫୋନ୍‌ ଉପଲବ୍ଧ ହେବ। ଏହାଦ୍ୱାରା ଡିଜିଟାଲ ମାଧ୍ୟମରେ ପେମେଣ୍ଟ ଗ୍ରହଣର ସୁବିଧା ରହିଛି । ଭିଭୋ ଭାରତୀୟ ବଜାରରେ ୨୦୧୪ ମସିହାରେ କାରବାର ଆରମ୍ଭ କରିଥିଲା। ଏହା ଇତିମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। କମ୍ପାନୀ ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍‌କୁ ଗୁରୁତ୍ୱ ପ୍ରଦାନ କରିଥାଏ। ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe