ବଜାରରେ ଭିଭୋ ୱାଇ-୮୧-୪ଜିବି,  ଏହି ସ୍ମାର୍ଟଫୋନ ସହିତ କଣ ଅଫର ରହିଛି ଜାଣନ୍ତୁ 

Advertisment
ବଜାରରେ ଭିଭୋ ୱାଇ-୮୧-୪ଜିବି,  ଏହି ସ୍ମାର୍ଟଫୋନ ସହିତ କଣ ଅଫର ରହିଛି ଜାଣନ୍ତୁ 

ନୂଆଦିଲ୍ଲୀ :  ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ୱାଇ ସିରିଜ୍‌ ଅନ୍ତର୍ଗତ ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ-୮୧- ୪ ଜିବିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।  ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ୪ଜିବି, ପିଙ୍ଗର ପ୍ରିଣ୍ଟ୍‌ ଅନଲକ୍‌ ସୁବିଧା ଥିବାବେଳେ ଏହାର ମୂଲ୍ୟ ୧୩,୪୯୦ଟଙ୍କା ରହିଛି।  ଏହା ଭିଭୋ ଇଣ୍ଡିଆ ଇ-ଷ୍ଟୋର, ପେଟିଏମ୍‌ ମଲ୍‌ ତଥା ଅଫ୍‌ ଲାଇନ୍‌ରେ ଉପଲବ୍ଧ ହେବ। ପାର୍ବଣ ଅବସରରେ ଭିଭୋ ପକ୍ଷରୁ ୱାଇ-୮୧ ୪ଜିବି ସହିତ ୱାଇ-୮୩, ୱାଇ-୭୧-ଆଇ, ୱାଇ-୮୩ ପ୍ରୋ ଏବଂ ୱାଇ-୮୧ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି।

ୱାଇ-ସିରିଜ୍‌ ପୋର୍ଟଫୋଲିଓ ଭାରତୀୟ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ପୁଲ୍‌ ଭିୟୁ ଡିସପ୍ଲେ ତଥା ଶ୍ରେଷ୍ଠ କ୍ୟାମେରା ରହିଛି। ପାର୍ବଣ ଅବସରରେ ଉଭୟ ଅନ୍‌ ଲାଇନ୍‌ ଏବଂ ଅଫ୍‌ ଲାଇନ୍‌ ଗ୍ରାହକଙ୍କୁ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ୍‌ କାର୍ଡ ଉପରେ ୫ପ୍ରତିଶତ କ୍ୟାସବ୍ୟାକ୍‌ ସୁବିଧା,ଇଏମ୍‌ଆଇ ଆଦି ଉପଲବ୍ଧ ହେବ। ସେହିପରି ପେଟିଏମ୍‌ରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ସୁବିଧା ସହିତ ଜିଓ ପକ୍ଷରୁ ୪୦୫୦ ଟଙ୍କାର ସୁବିଧା ପ୍ରଦାନ କରାଯିବ । ସେଥି ମଧ୍ୟରେ ଜିଓ ଭାଉଚର ସୁବିଧାରେ ୫୦ ଟଙ୍କାର ମୋଟ ୧୯୫୦ ଟଙ୍କାର ୩୯ଟି ଭାଉଚର, ଜିଓ ପ୍ଲାଟିନମ୍‌ ଡିଭାଇସ୍‌ ସୁରକ୍ଷା, ମୟନ୍ତ୍ରା, ପେଟିଏମ୍‌ ଏବଂ ସ୍ୱିଗି ପକ୍ଷରୁ ୨୧୦୦ଟଙ୍କାର କୁପନ ଆଦି ରହିଛି। ସେହିପରି ନୋ କଷ୍ଟ ଇଏମଆଇ ମାସିକ ୯୧୬ ଟଙ୍କାର ସହଜ କିସ୍ତି ଏହି ଫୋନ୍‌ ଗୁଡ଼ିକ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏହା ନଭେମ୍ବର ୧୫ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe