ଭୁବନେଶ୍ବର: ବାର୍ଷିକ ୧୮-୨୦ ପ୍ରତିଶତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶର ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ୱେଲନେସ୍ ଆଣ୍ଡ୍ ବିଉଟି ବଜାରର ପ୍ରମୁଖ ସଂସ୍ଥା ଭିଏଲ୍ସିସି ତରଫରୁ ଆସନ୍ତା ତିନି ବର୍ଷରେ ଓଡ଼ିଶାରେ ୧୫ଟି ନୂଆ ୱେଲନେସ୍ ଆଣ୍ଡ୍ ବିଉଟି ସେଣ୍ଟର୍ ସ୍ଥାପନ କରାଯିବ। ଭିଏଲ୍ସିସି ଗ୍ରୁପ୍ର ପ୍ରତିଷ୍ଠାତା ତଥା ସହ-ଅଧ୍ୟକ୍ଷା ବନ୍ଦନା ଲୁଥ୍ରା ଏହି ସୂଚନା ଦେଇଛନ୍ତି। ଆଜି ସହିଦନଗର ଠାରେ ନୂତନ ସେଣ୍ଟର୍କୁ ଉଦ୍ଘାଟନ କରି ସେ କହିଛନ୍ତି, ବର୍ତ୍ତମାନ ଆମର ଦେଶବିଦେଶରେ ୪୦୦ ସେଣ୍ଟର୍ ରହିଥିବା ବେଳେ ଓଡ଼ିଶାରେ ୭ଟି ସେଣ୍ଟର୍ ରହିଛି। ଏହି ସଂଖ୍ୟାକୁ ଦୁଇ ବର୍ଷ ଭିତରେ ଆମେ ଦ୍ବିଗୁଣିତ କରିବାକୁ ଚାହୁଛୁ। ଆଜି ଭିଏଲ୍ସିସି ପକ୍ଷରୁ ପଟିଆର କିଟ୍ କଲେଜ ଛକରେ ମଧ୍ୟ ଏକ ନୂତନ ସେଣ୍ଟର୍ ଖୋଲାଯାଇଛି। ନିକଟରେ ଏହି କଂପାନି ଭାନିଟି ସର୍ଭିସ୍ ବ୍ୟବସାୟରେ ପ୍ରବେଶ କରିଛି। ଏଥିରେ ବିଉଟିସିଆନ୍ମାନେ ଗ୍ରାହକଙ୍କ ଘରେ ପହଞ୍ଚି ସେବା ଯୋଗାଇ ଦେବେ। ଦିଲ୍ଲୀରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ୨-୩ ବର୍ଷ ଭିତରେ ଏହା ଓଡ଼ିଶାରେ ଉପଲବ୍ଧ ହେବ ବୋଲି ଶ୍ରୀମତୀ ଲୁଥ୍ରା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us