ଭୋଡା ଆଇଡିଆକୁ ପାଣ୍ଠି ଦେବେ ପ୍ରତିଷ୍ଠାତା: ୪୦୦ ନିୟୁତ ଡଲାର ମିଳିବ

Advertisment
ଦେଖୋ ଭି, ଖେଲୋ ଭି, ଜିତୋ ଭି

Navjeevan Express

ନୂଆଦିଲ୍ଲୀ: ବଞ୍ଚିବାକୁ ସଂଘର୍ଷ କରୁଥିବା ଘରୋଇ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆକୁ ଏହାର ଦୁଇ ପ୍ରତିଷ୍ଠାତା ସଂସ୍ଥା ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ଭୋଡାଫୋନ୍ ଗ୍ରୁପ୍ ପାଣ୍ଠି ପ୍ରଦାନ କରିବେ। ଭୋଡା ଆଇଡିଆରେ ଉଭୟ ସଂସ୍ଥା ୪୦୦ ନିୟୁତ ଡଲାର ନିବେଶ କରିବେ। କଂପାନିର ଆର୍ଥିକ ସ୍ଥିରତା ଫେରାଇ ଆଣିବାରେ ନୂଆ ପାଣ୍ଠି ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ଭୋଡାଫୋନ୍ ଆଇଡିଆରେ ବ୍ରିଟେନ୍‌ର ଟେଲିକମ୍ କଂପାନି ଭୋଡାଫୋନ୍‌ ଗ୍ରୁପ୍‌ର ୪୪.୩୯ ପ୍ରତିଶତ ଓ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ୨୭.୬୬% ଅଂଶଧନ ରହିଛି। ଉଭୟ ସଂସ୍ଥା ୨୦୦ ନିୟୁତ ଡଲାର ଲେଖାଏଁ ନୂତନ ପାଣ୍ଠି ଭୋଡା ଆଇଡିଆକୁ ଦେବେ। ବାହ୍ୟ ନିବେଶକଙ୍କ ଠାରୁ ପାଣ୍ଠି ଅଣାଯିବ। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍‌ ବିର୍ଲା ଅଣତାଲିକାଭୁକ୍ତ ସଂସ୍ଥା ମାଧ୍ୟମରେ ନୂଆ ପାଣ୍ଠି ଦେବେ।

ଗ୍ରୁପ୍‌ର କୌଣସି ତାଲିକାଭୁକ୍ତ ସଂସ୍ଥା ଭୋଡା ଆଇଡିଆରେ ନିବେଶ କରିବେ ନାହିଁ। କଂପାନି ନିଜ ଉଦ୍ୟମରେ ମଧ୍ୟ ବାହାର ନିବେଶକଙ୍କ ଠାରୁ ୨୫,୦୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି। ନୂଆ ପାଣ୍ଠି ପାଇବା ପରେ ତାହାକୁ ଦୈନନ୍ଦୀନ ବ୍ୟବସାୟ ପରିଚାଳନା, ୪ଜି ନେଟ୍‌ୱର୍କର ସମ୍ପ୍ରସାରଣ, ୫ଜି ଭିତ୍ତିଭୂମି ବିକଶିତ କରିବା ଏବଂ ସ୍ପେକ୍ଟ୍ରମ୍ ନିଲାମରେ ଭାଗ ନେବା ଲାଗି ଭୋଡା ଆଇଡିଆ ବ୍ୟବହାର କରିବ। କିଛି ଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ କୁମାର ମଙ୍ଗଳମ ବିର୍ଲା ନିଜ ଉଦ୍ୟମରେ ଭୋଡା ଆଇଡିଆ ଲାଗି ପାଣ୍ଠି ଯୋଗାଡ଼ କରିବେ। ସେଥିରେ ତାଙ୍କ ଗ୍ରୁପ୍‌ର କୌଣସି ସଂସ୍ଥାକୁ ସାମିଲ କରିବେ ନାହିଁ। ସେହିପରି, ଇଣ୍ଡସ୍‌ ଟାୱାର ନାମକ ସଂସ୍ଥାରେ ଥିବା କିଛି ଅଂଶଧନକୁ ବିକ୍ରି କରି ଭୋଡାଫୋନ୍ ଗ୍ରୁପ୍‌ ପାଣ୍ଠି ଯୋଗାଡ଼ କରିବ ଓ ତାହାକୁ ଭୋଡା ଆଇଡିଆକୁ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe