ମାତ୍ର ୯୯୯ ଟଙ୍କାରେ ୪ଜି ସ୍ମାର୍ଟଫୋନ୍‌ ପ୍ରଦାନ କରିବେ ଭୋଡାଫୋନ୍‌ ଓ ଫ୍ଲିପ୍‌କାର୍ଟ

Advertisment
ମାତ୍ର ୯୯୯ ଟଙ୍କାରେ ୪ଜି ସ୍ମାର୍ଟଫୋନ୍‌ ପ୍ରଦାନ କରିବେ ଭୋଡାଫୋନ୍‌ ଓ ଫ୍ଲିପ୍‌କାର୍ଟ

ଭୁବନେଶ୍ୱର : ଟେଲିକମ ସେବା ପ୍ରଦାନକାରୀ ଭୋଡାଫୋନ୍‌ ଏବଂ ଇ-କମର୍ସ କଂପାନି ଫ୍ଲିପ୍‌କାର୍ଟ ପକ୍ଷରୁ ସ୍ୱତନ୍ତ୍ର ସହଯୋଗିତା ବିଷୟରେ ଘୋଷଣା କରାଯାଇଛି ଯାହା ଜରିଆରେ ସେମାନେ ଅବିଶ୍ୱସନୀୟ ମୂଲ୍ୟ ୯୯୯ ଟଙ୍କାରେ ଗ୍ରାହକମାନଙ୍କ ପାଇଁ ଏଂଟ୍ରି ଲେବଲ୍‌ (ସୁଲଭ) ୪ଜି ସ୍ମାର୍ଟଫୋନ୍‌ ପ୍ରଦାନ କରିବେ। ଏହି ସହଯୋଗିତାର ଅଂଶ ସ୍ୱରୂପ ଫ୍ଲିପ୍‌କାର୍ଟର ‘ମାଇଁଫାଷ୍ଟ୍‌୪ଜି ସ୍ମାର୍ଟଫୋନ୍‌’ ଅଭିଯାନ ଅଧୀନରେ ଉପଲବ୍ଧ ହେଉଥିବା ବିଭିନ୍ନ ରେଞ୍ଜର ଏଣ୍ଟ୍ରି ଲେବଲ୍‌ ୪ଜି ସ୍ମାର୍ଟଫୋନ୍‌ ଉପରେ ଭୋଡାଫୋନ୍‌ ପକ୍ଷରୁ ଆକର୍ଷଣୀୟ କ୍ୟାସ୍‌ବ୍ୟାକ୍‌ ଅଫର ପ୍ରଦାନ କରାଯିବ ।

publive-image ଭୋଡାଫୋନ୍‌ର ସମସ୍ତ ନୂଆ ଓ ପୁରୁଣା ଗ୍ରାହକମାନେ ଫ୍ଲିପ୍‌କାର୍ଟର ଏହି ଅଭିଯାନରେ ଉପଲବ୍ଧ ହେଉଥିବା ଯେକୌଣସି ସ୍ମାର୍ଟଫୋନ୍‌କୁ କିଣି କ୍ୟାସ୍‌ବ୍ୟାକ୍‌ ଅଫର ଉପଭୋଗ କରିପାରିବେ। ଏହି ସ୍ୱତନ୍ତ୍ର ଅଫର ହାସଲ କରିବା ପାଇଁ ଗ୍ରାହକଙ୍କୁ କେବଳ ୩୬ ମାସ ପାଇଁ (ଯେତେ ଟଙ୍କାର ରିଚାର୍ଜ ହେଉନା କାହିଁକି ମାସକୁ ସର୍ବମୋଟ ୧୫୦ ଟଙ୍କା ହେବା ଦରକାର) ଅତିକମରେ ୧୫୦ ଟଙ୍କା ଲେଖାଏଁ ରିଚାର୍ଜ କରିବାକୁ ପଡ଼ିବ। ୧୮ ମାସ ଶେଷ ହେବା ପରେ ଗ୍ରାହକଙ୍କୁ ୯୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ ଏବଂ ଏହାର ପରବତ୍ତି ୧୮ ମାସରେ ଆଉ ୧୧୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ, ମୋଟ ଉପରେ ସେମାନଙ୍କୁ ୨୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଭୋଡାଫୋନ୍‌ର ଏମ୍‌-ପେସା ୱାଲେଟ୍‌ରେ ଏହି କ୍ୟାସବ୍ୟାକ୍‌ ରାଶି ଜମା କରାଯିବ ଯାହାକୁ ଗ୍ରାହକମାନେ ନିଜ ସୁବିଧା ଡିଜିଟାଲ୍‌ ଉପାୟରେ କାରବାର କରିପାରିବେ ଅନ୍ୟଥା ଉଠାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe