୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ: ୨୦୨୦ ସୁଦ୍ଧା ଉପଲବ୍ଧ ହେବ

Advertisment
୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ: ୨୦୨୦ ସୁଦ୍ଧା ଉପଲବ୍ଧ ହେବ

ନୂଆଦିଲ୍ଲୀ: ସଫଳତା ସହ ୪ଜି ସେବା ଯୋଗାଇବା ପରେ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ, ଭୋଡାଫୋନ୍‌ ଇଣ୍ଡିଆ ଓ ଆଇଡିଆ ସେଲ୍ୟୁଲାର ୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି। ରିଲାଏନ୍ସ ଜିଓ, ଭୋଡାଫୋନ୍‌ ଇଣ୍ଡିଆ ଓ ଆଇଡିଆ ୫ଜି ସେବାକୁ ଧ୍ୟାନରେ ରଖି ଏମୋସିଓ୍ଵ ଏମ୍‌ଆଇଏମ୍‌ଓ ଟେକ୍‌ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି। ଏମ୍‌ଆଇଏମଓ ଜରିଆରେ ୫ଜି ସେବା ଯୋଗାଇବା ସବୁଠାରୁ ସଠିକ୍‌ କୌଶଳ ବୋଲି ଧରାଯାଇଛି। ଭାରତରେ ୨୦୨୦ ପର୍ଯ୍ୟନ୍ତ ୫ଜି ସେବା ଉପଲବ୍ଧ ହୋଇ ପାରେ ବୋଲି ଅନୁମାନ କରାଯାଉଛି।

ଏୟାରଟେଲ ଚୀନ୍‌ କମ୍ପାନି ହୁଆଓ୍ଵ ସହିତ ମିଶି ମ୍ୟାସିବ ଏମ୍‌ଆଇଏମଓ ଜରିଆରେ ପ୍ରଥମ ପର୍ଯ୍ୟାୟ କାମ କରୁଛି। ବେଙ୍ଗାଲୁରୁ ଓ କଲିକତାରେ ୫ଜି ନେଟଓ୍ଵାର୍କର କାମ ଆରମ୍ଭ ହୋଇସାରିଲାଣି। ପୁଣେ, ହାଇଦ୍ରାବାଦ ଓ ଚଣ୍ଡିଗଡ଼ ଭଳି ଅନ୍ୟ ସହରମାନଙ୍କରେ ବି ୫ଜି ଅପରେସନ୍‌ ଖୁବ୍‌ ଶୀଘ୍ର ଆରମ୍ଭ ହେବାର ଯୋଜନା କରାଯାଉଛି।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ,ଏମ୍‌ଆଇଏମ୍‌ଓ ୫ଜି ନେଟଓ୍ଵାର୍କ ପାଇଁ ଭାରତର ରୋଡମ୍ୟାପ୍‌କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଧରାଯାଇଛି। କମ୍ପାନି ପକ୍ଷରୁ ପ୍ରକାଶ, ମ୍ୟାସିବ ଏମ୍‌ଆଇଏମ୍‌ଓ ସଲ୍ୟୁସନ୍‌ରୁ ସ୍ପେକ୍‌ଟ୍ରମ୍‌ର କ୍ଷମତା ପାଞ୍ଚ ସାତ ଗୁଣା ଅଧିକ ରହିବ। ଏହାର ଦ୍ୱାରା ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।

ଭୋଡାଫୋନ୍‌ ଟେକ୍‌ନୋଲୋଜି ଡାଇରେକ୍ଟର ବିଶାନ୍ତ ବୋରାଙ୍କ କହିବାନୁସାରେ, ଏଯାବତ୍‌ ୫ଜି ଆସିବା ପାଇଁ କିଛି ବର୍ଷ ବାକି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ୫ଜି କିଛି ସେବା ମ୍ୟୋସିବ ଏମ୍‌ଆଇଏମ୍‌ଓ ଜରିଆରେ ୪ଜି ନେଟଓ୍ଵାର୍କକୁ ଆଣିବାର ଯୋଜନା ରଖିଛୁ।

ଜେଡଟିଇ, ହୁଆଓ୍ଵ, ଏରିକ୍‌ସନ୍‌ ଓ ନୋକିଆ ଭଳି କମ୍ପାନି ଟେଲିକମ୍‌ ଅପରେର୍ଟସ ସହିତ ମିଶି ୫ଜି ସେବାରେ ଟ୍ରାଏଲ ଅପରେସନ୍‌ ଆରମ୍ଭ କରିସାରିଲେଣି। ଅନ୍ୟପକ୍ଷରେ ଏରିକସନ୍‌ ସହିତ ୫ଜି ନେଟଓ୍ଵାର୍କ ପାଇଁ ବିଭିନ୍ନ କମ୍ପାନି ମଧ୍ୟ ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe