ଭୋଡାଫୋନ୍‌ର ନୂତନ ପ୍ଲାନ୍‌! କେବଳ ୩୮ଟଙ୍କାର ରିଚାର୍ଜରେ ୨୮ ଦିନ ପର୍ଯ୍ୟନ୍ତ ମିଳିବ ଏହି ସବୁ ଫାଇଦା...

Advertisment
ଭୋଡାଫୋନ୍‌ର ନୂତନ ପ୍ଲାନ୍‌! କେବଳ ୩୮ଟଙ୍କାର ରିଚାର୍ଜରେ ୨୮ ଦିନ ପର୍ଯ୍ୟନ୍ତ ମିଳିବ ଏହି ସବୁ ଫାଇଦା...

ମୁମ୍ବାଇ: କ’ଣ ଆପଣ ବି ସେହି ପ୍ଲାନ୍‌ର ଅପେକ୍ଷାରେ ରହିଛନ୍ତି, ଯାହାର ମୂଲ୍ୟ କମ୍‌ ଅଟେ ଏବଂ ଯେଉଁଥିରେ ଆପଣଙ୍କୁ ମାଗଣା କଲିଂ ସହ ଡାଟା ସୁବିଧା ମଧ୍ୟ ମିଳିବ? ତେବେ, ଆପଣମାନଙ୍କ ପାଇଁ ଏକ ଭଲ ଖବର। କାରଣ, ଏବେ ଅନ୍ୟତମ ଭାରତୀୟ ଟେଲିକମ୍‌ କଂପାନି ଭୋଡାଫୋନ୍‌ ତା’ର ଉପଭୋକ୍ତାଙ୍କ ଲାଗି ୩୮ଟଙ୍କା ମୂଲ୍ୟର ଏକ ଛୋଟିଆ ଚମ୍ପିଆନ୍‌ ପ୍ୟାକ୍‌ ସେବାକୁ ଲଞ୍ଚ୍‌ କରିଛି। ଯେଉଁ ପ୍ଲାନ୍‌ରେ କି ଉପଭୋକ୍ତାଙ୍କ ଲାଗି ୩୦ ଦିନର ବୈଧତା ସହ କଲିଂ ସେବା ସାଂଗକୁ ଡାଟା ମଧ୍ୟ ମିଳିବ। ତେବେ କ’ଣ ଅଟେ ଏହି ପ୍ଲାନ୍‌? ଆସନ୍ତୁ ଜାଣିବା!....

ମିଳିଥିବା ସୂଚନା ଅନୁସାରେ, ଏହି ପ୍ଲାନ୍‌କୁ କଂପାନି ତାହାର ପ୍ରିପେଡ୍‌ ଉପଭୋକ୍ତାଙ୍କ ଲାଗି ଲଞ୍ଚ୍‌ କରିଥିବା ବେଳେ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି। ଯେଉଁଥିରେ, ଉପଭୋକ୍ତା ୧୦୦ ମିନିଟ୍‌ର ଲୋକାଲ୍‌ ଏବଂ ଏସ୍‌ଟିଡି କଲିଂ ସାଂଗକୁ ୧୦୦ ଏମ୍‌ବି ୩ଜି-୪ଜି ଡାଟା ମଧ୍ୟ ପାଇପାରିବେ! ଏହାସହିତ ଗ୍ରାହକମାନେ ଏହି ପ୍ଲାନ୍‌ର ଫାଇଦା କେବଳ ଭୋଡାଫୋନ୍‌ ଆପ୍‌, ଭୋଡାଫୋନ୍‌ େଓ୍ଵବ୍‌ସାଇଟ୍‌ ଏବଂ ସମସ୍ତ ରିଟେଲ୍‌ ଷ୍ଟୋର୍‌ରୁ ମଧ୍ୟ ନେଇପାରିବେ!

ସୂଚନା ମୁତାବକ ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ତଥା ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗନାରେ ଭୋଡାଫୋନ୍‌ର ଏହି ଛୋଟ ପ୍ଲାନ୍‌ର ମୂଲ୍ୟ ୨୮ଟଙ୍କା ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ଏହାର ମୂଲ୍ୟ ଅଲଗା ଅଲଗା ରହିଛି। ଏହି ପ୍ଲାନ୍‌ର ଲଞ୍ଚିଂ ସମୟରେ ଭୋଡାଫୋନ୍‌ର ବିଜିନେସ୍‌ ଡାଇରେକ୍ଟର ଅବନିଶ୍‌ କହିିଛନ୍ତି ଯେ, ଭୋଡାଫୋନ୍‌ ସର୍ବଦା ନିଜର ଉପଭୋକ୍ତାଙ୍କ ଲାଗି ଆଧୁନିକ ଏବଂ ଶସ୍ତା ସେବା ଯୋଗାଉଛି। ଏହିକ୍ରମରେ ଭୋଡାଫୋନ୍‌ ତରଫରୁ ଗ୍ରାହକଙ୍କ ଲାଗି ଏହି ଛୋଟ ଚମ୍ପିଆନ୍‌ ପ୍ୟାକ୍‌ଟି ଏକ ଅଭିନବ ପ୍ରୟାସ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe