ନୂଆଦିଲ୍ଲୀ: ପ୍ରିପେଡ ଗ୍ରାହକଙ୍କ ପାଇଁ ଭୋଡାଫୋନ ନେଇ ଆସିଛି ନୂତନ ଆକର୍ଷଣୀୟ ଯୋଜନା। ଭୋଡାଫୋନ ୨ଟି ନୂଆ ଯୋଜନା ବାହାର କରିଛି। ଗୋଟାଏ ଯୋଜନାର ଦର ୪୯୬ ଟଙ୍କା ଥିବା ବେଳେ ଅନ୍ୟଟିର ଦର ୧୭୭ ଟଙ୍କା। ୨ଟି ଯାକ ଯୋଜନାରେ ଅସୀମିତ ଭଏସ କଲିଂ ଏବଂ ଡାଟା ପ୍ୟାକ୍ ସୁବିଧା ଉପଲବ୍ଧ। ୪୯୬ ଟଙ୍କା ରିଚାର୍ଜ କଲେ ଆପଣ ପାଇପାରିବେ ୮୪ ଦିନ ପର୍ଯ୍ୟନ୍ତ ଅସୀମିତ ଭଏସ କଲିଂ ସହିତ ଦିନକୁ ୧ ଜିବି ଲେଖାଏ ଡାଟା। ସେହିପରି ୧୭୭ ଟଙ୍କା ରିଚାର୍ଜ କଲେ ୨୮ ଦିନ ପର୍ଯ୍ୟନ୍ତ ଅସୀମିତ ଭଏସ୍ କଲିଂ ସହିତ ଦିନକୁ ୧ ଜିବି ଲେଖାଏ ଡାଟା ପାଇପାରିବେ।
ନୂଆ ଗ୍ରାହକ ଏବଂ ଅନ୍ୟ ନେଟ୍ଓ୍ଵାର୍କରୁ ଭୋଡାଫୋନ୍କୁ ପୋର୍ଟେଡ କରିଥିବା ଗ୍ରାହକମାନଙ୍କ ପାଇଁ ଏହା ହେଉଛି ଭୋଡାଫୋନ୍ର ପ୍ରଥମ ଯୋଜନା। ଏହି ଯୋଜନାଟି ସିଧା ସଳଖ ଭାବେ ରିଲାଏନ୍ସ ଜିଓର ୪୫୯ ଟଙ୍କିଆ ଯୋଜନା ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି।
Follow Us