ପାକିସ୍ତାନରେ ୱାଗନ୍‌ ଆର୍‌ ଦାମ୍‌ ୨୬ ଲକ୍ଷ

Advertisment
ପାକିସ୍ତାନରେ ୱାଗନ୍‌ ଆର୍‌ ଦାମ୍‌ ୨୬ ଲକ୍ଷ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଗାଡ଼ି ଦାମ୍ ଏତେ ଅଧିକ ରହିଛି ଯେ ତାହା କିଣିବା ଲାଗି ସାଧାରଣ ଜନତା ଚିନ୍ତା ମଧ୍ୟ କରିପାରୁନାହାନ୍ତି। ସୁଜୁକି ୱାଗନ୍‌ଆର୍‌ ଦାମ୍ ରହିଛି ୨୬ ଲକ୍ଷ ୨୯ ହଜାର ଟଙ୍କା। ଟୟୋଟା କାମ୍ରି ହାଇବ୍ରିଡ୍ ଦାମ୍ ୩ କୋଟି ୮୦ ଲକ୍ଷ ଟଙ୍କା ରହିଛି। ୟୁଜ୍‌ଡ କାର ବଜାରରେ ମଧ୍ୟ ଦାମ୍ ଅତ୍ୟଧିକ ରହିଛି। ଏକ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଟୟୋଟା ୟାରିସ୍ ଦାମ୍ ହେଉଛି ୪୬ ଲକ୍ଷ ଟଙ୍କା।

ସୁଜୁକି ୮୦୦ ୟୁଜ୍‌ଡ କାର୍‌ ମୂଲ୍ୟ ପ୍ରାୟ ସାଢ଼େ ୯ ଲକ୍ଷ ଟଙ୍କା ରହିଛି। ୭୦ ସିସିର ଇଞ୍ଜିନ ବ୍ୟବହାର ହୋଇଥିବା ହୋଣ୍ଡା ସିଡି୭୦ର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ହୋଣ୍ଡା ସିବି୧୫୦ଏଫ୍‌ର ମୂଲ୍ୟ ୩.୫୮ ଲକ୍ଷ ଟଙ୍କା ରଖାଯାଇଛି। କେବଳ ଗାଡ଼ି ନୁ‌ହେଁ ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ୨୦୨୧‌ ଜାନୁଆରି ରେ ସେଠାରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ଏବଂ ଡିଜେଲ୍‌ ୧୧୦ ଟଙ୍କା ୨୪ ପଇସା ଥିଲା। ଏବେ ପେଟ୍ରୋଲଏ୍‌ ଦାମ୍ ୨୪୯ ଟଙ୍କା ୮୦ ପଇସା ଓ ଡିଜେଲ୍‌ ୨୬୨ ଟଙ୍କା ୮୦ ପଇସାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe